ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଗଣେଶ ଚତୁର୍ଥୀ। ଏହି ଅବସରରେ ଗାଁରୁ ସହର ସବୁଠି ଉତ୍ସବ। ସାରାଦେଶରେ ଗଜାନନଙ୍କୁ ଆଜି ପୂଜା କରାଯାଉଛି।
ବିଶେଷ କରି ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ଅନୁଷ୍ଠାନ ଗୁଡିକରେ ଗଣେଶ ପୂଜା ଧୂମଧାମରେ ପାଳନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
सभी देशवासियों को पावन पर्व गणेश चतुर्थी की ढेर सारी शुभकामनाएं। गणपति बाप्पा मोरया!
Wishing everyone a blessed Ganesh Chaturthi.
— Narendra Modi (@narendramodi) 2 September 2019
ଏଥିସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଦେଶର ବିଭିନ୍ନ ସ୍ଥାନରେ ଆଜି ଗଜାନନଙ୍କ ଜନ୍ମଦିନକୁ ଧୁମଧାମରେ ପାଳନ କରାଯାଉଛି। ମୁମ୍ବାଇ ସମେତ ମହାରାଷ୍ଟ୍ରରେ ଲକ୍ଷାଧିକ ଟଙ୍କାର ବଜେଟରେ ଗଣେଶ ପୂଜାର ଆୟୋଜନ ହୋଇଛି। ମୁମ୍ବାଇ ବ୍ୟତୀତ ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ, ବିଶାଖାପାଟଣାରେ ମଧ୍ୟ ଆକର୍ଷଣୀୟ ଭାବେ ଗଣେଶ ପୂଜା ପାଳିତ ହେଉଛି।
ପବିତ୍ର ଗଣେଶ ଚତୁର୍ଥୀରେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜ୍ଞାନର ଦେବତା, ବିଘ୍ନନାସନ ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ସମସ୍ତଙ୍କ ବିଦ୍ୟାର ଭଣ୍ଡାର ପରିପୂର୍ଣ୍ଣ ହେବା ସହିତ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ। #GaneshChaturthi pic.twitter.com/jat2O8r2bj
— Naveen Patnaik (@Naveen_Odisha) 2 September 2019


















