ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁଦ୍ଧଭୂମିରେ ଭାରତୀୟ ବାୟୁସେନାକୁ ମିଳିଲା ନୂଆଶକ୍ତି। ମଙ୍ଗଳବାର ବାୟୁସେନାରେ ଆମେରିକାରେ ନିର୍ମିତ ଆପାଚି AH-64E ହେଲିକପ୍ଟର ସାମିଲ ହୋଇଛି। ପଠାନକୋଟ ଏୟାରବେସରେ ବାୟୁସେନା ମୁଖ୍ୟ ବିଏସ୍ ଧନଓ୍ୱାଙ୍କ ଉପସ୍ଥିତିରେ ଏହି ହେଲିକପ୍ଟର ସାମିଲ ହେବା ପରେ ବାୟୁସେନାର ଶକ୍ତି ବୃଦ୍ଧି ପାଇଛି।
ଏହି ହେଲିକପ୍ଟର ହେଉଛି ବିଶ୍ୱର ସବୁଠାରୁ ଲଢ଼ୁଆ ହେଲିକପ୍ଟର। ଯାହା ଏବେ ଆମେରିକା ବ୍ୟବହାର କରୁଛି। ବିଶ୍ୱର ସବୁଠୁ ବଡ଼ ଆତଙ୍କବାଦୀ ଓସାମା ବିନ ଲାଡେନଙ୍କୁ ହତ୍ୟା କରିବାରେ ଆମେରିକା ଏହି ହେଲିକପ୍ଟରର ବ୍ୟବହାର କରିଥିଲା।
ଜାଣନ୍ତୁ ଏହି ହେଲିକପ୍ଟରର ବିଶେଷତ୍ୱ…
ରାତିରେ ଅପରେସନ କରିପାରିବ ଆପାଚି ହେଲିକପ୍ଟର।
ଏହାର ଘଣ୍ଟାପ୍ରତି ୩୬୫ କିଲୋମିଟର ଉଡ଼ାଣ କ୍ଷମତା ରହିଛି।
ହେଲିକପ୍ଟରରେ ରହିଛି ୩୦ ଏମ୍ଏଲର ୨ଟି ବନ୍ଧୁକ।
ଆପାଚିକୁ ଧରି ପାରିବ ନାହିଁ ଶତ୍ରୁପକ୍ଷର ରାଡାର।
ଆପିଚି ହେଲିକପ୍ଟର ବିଶ୍ୱର ସବୁଠୁ ଲଢ଼ୁଆ ବିମାନ।
ଦୁଇ ସିଟ୍ ବିଶିଷ୍ଟ ହେଲିକପ୍ଟରକୁ ଉଡ଼ାଇବା ପାଇଁ ଦରକାର ୨ ଜଣ ପାଇଲଟ। ଏଥିରେ ମିସାଇଲ ସଂଯୋଗ କରିବାର ବ୍ୟବସ୍ଥା ରହିଛି।
ଆମେରିକା ନିର୍ମିତ ଏହି ହେଲକପ୍ଟରକୁ ବାୟୁସେନାରେ ସାମିଲ୍ କରିବା ପାଇଁ ୨୦୧୫ରେ ଭାରତ ସରକାର, ଆମେରିକା ସରକାରଙ୍କ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ୪,୧୬୮ କୋଟି ଟଙ୍କାରେ ୨୨ଟି ଆପାଚ୍ ହେଲିକପ୍ଟର ପାଇଁ ଚୁକ୍ତି ହୋଇଥିଲା। ଏହି ଚୁକ୍ତି ଅନୁସାରେ ଗତ ଜୁଲାଇ ୨୭ରେ ଭାରତକୁ ୪ଟି ହେଲିକପ୍ଟର ମିଳି ସାରିଛି। ଆଜି ୮ଟି ମିଳିବା ପରେ ୨୦୨୦ ସୁଦ୍ଧା ବାକି ହେଲିକପ୍ଟର ବାୟୁସେନାରେ ସାମିଲ୍ ହେବ ବୋଲି ଜଣାପଡ଼ିଛି।

















