ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଇ ଘଣ୍ଟାର ଲଗାଣ ବର୍ଷାରେ ବେହାଲ ହୋଇଛି ବ୍ରହ୍ମପୁର। ଗୁରୁବାର ଭୋର ୪ଟାରୁ ୬ଟାରୁ ମଧ୍ୟରେ ପ୍ରବଳ ବର୍ଷା ଯୋଗୁଁ ସହରରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି। ଗଜପତିନଗର, ଗାନ୍ଧୀ ନଗରର ୯ମ ଓ ୧୦ ଲେନ୍‌ରେ ଘରେ ଘରେ ବର୍ଷା ପାଣି ପଶିଛି।

ସେହିପରି ତୁଳସୀନଗର, ବ୍ରଜନଗର, ସୁବୁଦ୍ଧି ପେଟାସାହି, ଲକ୍ଷ୍ମୀନୃସିଂହ ସାହି ଜଳମଗ୍ନ ହୋଇଛି। ସହରରେ ଥିବା ଡିପଲ ସ୍କୁଲ ମୁଖ୍ୟ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି। ବର୍ଷା ଜଳ ନଷ୍କାସିତ ହୋଇ ପାରୁନଥିବାରୁ ସହରବାସୀ ହନ୍ତସନ୍ତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here