ଓଡ଼ିଶାଲାଇଭ ବ୍ୟୁରୋ

ବିବାହର ପ୍ରଲୋଭନ ଦେଖାଇ ନାବାଳିକା ସହ ଶାରିରୀକ ସମ୍ପର୍କ ରଖିଲେ ଯୁବକ। ବର୍ତ୍ତମାନ ନାବାଳିକା ଜଣକ ଗର୍ଭବତୀ ଥିବା ନେଇ ଜୟପୁର ଥାନାରେ ଅଭିଯୋଗ କରିଛନ୍ତି। ପରେ ପୋଲିସ ଅଭିଯୁକ୍ତ କୈଳାସ ନାଏକକୁ ଗିରଫ କରିଛି।

କୈଳାସର ଘର ଢେପଗୁଡ଼ା ଅଞ୍ଚଳରେ। ନାବାଳିକା ଓ କୈଳାସ ମଧ୍ୟରେ ଅନେକ ଦିନ ହେବ ପ୍ରେମ ସମ୍ପର୍କ ରହିଥିଲା। ପରେ କୈଳାସ ବିବାହ ପ୍ରତିଶ୍ରୃତି ଦେଇ ନାବାଳିକା ସହ ଶାରିରୀକ ସମ୍ପର୍କ ରଖିଥିଲା। ପରେ ନାବାଳିକା ଜଣକ ୪ମାସର ଗର୍ଭବତୀ ହେବା ପରେ କୈଳାସ ବିବାହ କରିବାକୁ ମନା କରିଦେଇଥିଲା।

ଏନେଇ ନାବାଳିକାର ପରିବାର ଲୋକ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଅଭିଯୁକ୍ତ କୈଳାସ ନାଏକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here