ଓଡିଶାଲାଇଭ୍ ବ୍ୟୁରୋ

ଓଡିଶା ବାହୁଡ଼ିଲେ ଜଗା କାଳିଆ। ଶୁକ୍ରବାର ଦିଲ୍ଲୀ ଏମ୍ସରୁ ବାହାରି ରାଜଧାନୀ ଏକ୍ସପ୍ରେସରେ ଓଡିଶା ପହଞ୍ଚିଛନ୍ତି ଦୁଇ ଭାଇ।

ଦୀର୍ଘ ଦୁଇବର୍ଷ ଧରି ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବାପରେ ଓଡ଼ିଶା ଫେରିଛନ୍ତି ଦୁଇ ଭାଇ। ଦିଲ୍ଲୀରୁ ବାହାରି ଦୁଇ ଭାଇ କଟକ ରେଳ ଷ୍ଟେସନରେ ଓହ୍ଲାଇଛନ୍ତି। ସେଠାରୁ ଦୁଇଭାଇ କଟକର ଏସସିବି ମେଡିକାଲରେ ରହିବେ।

ଏଥିପାଇଁ କଟକ ଏସସିବି ମେଡିକାଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜଗାକାଳିଆଙ୍କୁ ଆଣିବା ପାଇଁ ଏସସିବି ମେଡିକାଲର ଦୁଇଜଣିଆ ଟିମ୍ ଦିଲ୍ଲୀ ଏମସକୁ ଯାତ୍ରା କରିଥିଲେ। ଶନିବାର ଡାକ୍ତରୀ ଟିମ୍ ସହ ନିଜ ପିତାମାତାଙ୍କ ସହ ଓଡ଼ିଶା ଫେରିଛନ୍ତି ଜଗାକାଳିଆ।

ଦିଲ୍ଲୀ ଏମସରୁ ଜଗାକାଳିଆଙ୍କୁ ସ୍ଥାନାନ୍ତର କରାଯିବା ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଥିଲେ।

ଦିଲ୍ଲୀ ଏମ୍ସରେ ଦୁଇବର୍ଷ ଚିକିତ୍ସିତ ହେବାପରେ ଡାକ୍ତର ଶିଶୁଦୁଇଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ସୂଚନା ଦେଇଥିଲେ। ଦୁଇଶିଶୁଙ୍କୁ ଆଉ ଆଇସିୟୁରେ ରଖିବାର ଆବଶ୍ୟକ ନାହିଁ। ବର୍ତ୍ତମାନ ତାଙ୍କର ଚିକିତ୍ସା ରାଜ୍ୟ କିମ୍ବା ଜିଲ୍ଲାର ଯେକୌଣସି ହସ୍ପିଟାଲରେ ହୋଇପାରିବ ବୋଲି କୁହାଯାଇଥିଲା।

ଏଥିପାଇଁ ପ୍ରଥମେ ଦୁଇଭାଇଙ୍କୁ ଭୁବନେଶ୍ୱର ଏମସ ସ୍ଥାନାନ୍ତର କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଭୁବନେଶ୍ୱର ଏମ୍ସ ଏଥିରେ ନାରାଜ ହୋଇଥିଲା। ଏହାପରେ ଦୁଇଭାଇଙ୍କୁ କଟକର ଏସସିବିରେ ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।

LEAVE A REPLY

Please enter your comment!
Please enter your name here