ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରର ବିଭିନ୍ନ ଯୋଜନାକୁ ରାଜ୍ୟ ସରକାରଙ୍କ ଅଣଦେଖା ଅଭିଯୋଗ। ଏନେଇ ଆସନ୍ତା ୨୭ ତାରିଖରେ ପ୍ରତି ବ୍ଲକରେ ଗଣ ଧାରଣା ଦେବ ରାଜ୍ୟ ବିଜେପି। ଏହାସହ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ଦିଆଯିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି।
କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ସରକାରଙ୍କ ନାଁ ଲେଖି କାର୍ଯ୍ୟକାରୀ କରାଯାଉଛି। ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ଫୋଟ ହଟାଇ ମଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଯାଉଛି ବୋଲି ରାଜ୍ୟ ବିଜେପି ତରଫରୁ ଅଭିଯୋଗ ହୋଇଛି।


















