ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗତକିଛି ଦିନ ଭିତରେ ସାପ କାମୁଡ଼ାରେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୬ ଜଣଙ୍କ ଜୀବନ ଯାଇଥିଲା ବେଳେ ଆଜି ଆଉ ୩ ଜଣଙ୍କ ମୃତ୍ୟୁ ଘଟିଛି। କନ୍ଧମାଳରେ ମା’ ପୁଅ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୋମବାର ରାତିରେ ଘରେ ଶୋଇଥିଲା ବେଳେ ଏଭଳି ଅଘଟଣ ଘଟିଥିଲା। ମୃତକ ମା’ ରାଜଲକ୍ଷ୍ମୀ ମଲ୍ଲିକ ଓ ପୁଅ ଆଦିତ୍ୟ ।

ସେହିପରି ବାଲେଶ୍ୱର ସୋର  ବ୍ଲକରେ ସାପ କାମୁଡ଼ା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମାଧବାନନ୍ଦ ମାରାଣ୍ଡି। ରାତିରେ ଘରେ ଶୋଇଥିଲା ବେଳେ ତାଙ୍କୁ ସାପ କାମୁଡ଼ିଥିଲା। ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲକୁ ନିଆଯାଇଥିଲା। ଡାକ୍ତର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here