ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ଆରମ୍ଭରେ ଶ୍ରୀଲଙ୍କା ସହ ଟି-୨୦ ସିରିଜ୍ ଖେଳିବ ଭାରତୀୟ କ୍ରିକେଟ ଟିମ୍। ଏନେଇ ବିସିସିଆଇ ଗୁରୁବାର ଟୁଇଟ୍ କରି ସୂଚନା ଦେଇଛି। ନୂତନ ବର୍ଷ ୨୦୨୦ରେ ଶ୍ରୀଲଙ୍କା ସହ କ୍ରିକେଟ ଖେଳି ନୂଆବର୍ଷ ଆରମ୍ଭ କରିବ ଟିମ୍ ଇଣ୍ଡିଆ।

ଆସନ୍ତାବର୍ଷ ଜାନୁଆରୀ ମାସରେ ଶ୍ରୀଲଙ୍କା ଦଳ ଭାରତ ଆସି ଟିମ୍ ଇଣ୍ଡିଆ ସହ ତିନୋଟି ଟି-୨୦ ମ୍ୟାଚ୍ ଖେଳିବ। ସିରିଜର ପ୍ରଥମ ମ୍ୟାଚ୍ ଜାନୁଆରୀ ୫ ତାରିଖରେ ଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୭ରେ ଓ ସିରିଜର ଶେଷ ମ୍ୟାଚ୍ ଜାନୁଆରୀ ୧୦ରେ ଖେଳାଯିବ।

ଏହି ସିରିଜର ପ୍ରଥମ ମ୍ୟାଚ୍ ଗୌହାଟୀରେ ଖେଳାଯିବ। ସେହିପରି ଦ୍ୱିତୀୟ ମ୍ୟାଚ୍ ଇନ୍ଦୋର ଓ ତୃତୀୟ ମ୍ୟାଚ୍ ପୁଣେରେ ଖେଳାଯିବ। ଏନେଇ ବିସିସିଆଇ ଓ ଶ୍ରୀଲଙ୍କା କ୍ରିକେଟ ବୋର୍ଡର ଆଲୋଚନା ପରେ ଖେଳସୂଚୀ ପ୍ରସ୍ତୁତ କରାଯାଇଛି।

ଆସନ୍ତା ଅକ୍ଟୋବର ୨ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିଟିକିଆ ଟେଷ୍ଟ ମ୍ୟାଚ୍ ସିରିଜ୍ ଆରମ୍ଭ ହେବ। ଏହାପରେ ଦଳ ବାଂଲାଦେଶ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍ ଓ ଦୁଇଟି ଟେଷ୍ଟମ୍ୟାଚ୍ ଖେଳିବ। ସେହିପରି ଚଳିତ ବର୍ଷର ଡିସେମ୍ବର ମାସରେ ୱେଷ୍ଟଇଣ୍ଡିଜ୍ ସହ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳିବ।

Comment