ଓଡ଼ିଶାଲାଇଭ ବ୍ୟୁରୋ

“ଧାରା ୩୭୦ ଉଚ୍ଛେଦର ନାରା ସର୍ବପ୍ରଥମେ ପଶ୍ଚିମବଙ୍ଗରୁ ଆରମ୍ଭ ହୋଇଥିଲା। ଏହିଠାରୁ ହିଁ ଶ୍ୟାମା ପ୍ରସାଦ ମଖାର୍ଜୀ ଗୋଟିଏ ଦେଶ, ଗୋଟିଏ ସମ୍ଵିଧାନର ନାରା ଦେଇଥିଲେ”, କୋଲକତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।

କୋଲକତାରେ ଅନୁଷ୍ଠିତ ଏନଆରସି ସଚେତନ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ମନେ ପକାଇଛନ୍ତି ଅମିତ ଶାହ। ଧାରା ୩୭୦କୁ ଶ୍ୟାମ ପ୍ରସାଦ ମୁଖାର୍ଜୀ କିଭଳି ବିରୋଧ କରୁଥିଲେ ତାହା ମଧ୍ୟ କହିଥିଲେ।

ଏହାସହ ଏନଆରସି ସଂପର୍କରେ ସେ କହିଥିଲେ, “ହିନ୍ଦୁ ଶରଣାର୍ଥୀଙ୍କୁ ପଶ୍ଚିମ ବଙ୍ଗ ଛାଡ଼ିବାକୁ ପଡ଼ିବନାହିଁ। ଆପଣମାନଙ୍କ ଏହା ସ୍ପଷ୍ଟ କରିଦେବାକୁ ଚାହୁଁଛୁ କି ଭାରତରେ ବିନା ଅନମତିରେ ପ୍ରବେଶକାରୀଙ୍କୁ ରହିବାକୁ ଦେବୁ ନାହିଁ। ସେମାନଙ୍କୁ ଖୋଜି ବାହର କରାଯିବ। ଏନଆରସି ପୂର୍ବରୁ ସିଟିଜେନ ଆମେଣ୍ଡମେଣ୍ଟ ବିଲ ଆସିବ ଏହା ମାଧ୍ୟମରେ ଭାରତରେ ଯେତେ ହିନ୍ଦୁ, ଶିଖ, ବୌଦ୍ଧ, ଜୈନ ଅଛନ୍ତି ସେମାନଙ୍କ ସବୁଦିନ ପାଇଁ ଭାରତର ନାଗରିକତା ଦିଆଯିବ।”

LEAVE A REPLY

Please enter your comment!
Please enter your name here