ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରରେ ବନ୍ୟା ବିତ୍ପାତ ଲୋକଙ୍କ ପାଇଁ ପାଇଁ ନାହିଁ ନଥିବା ସମସ୍ୟା ଆଣିଥିଲା ବେଳେ ଏଭଳି ସ୍ଥିତିରେ ଜଣେ ମଡେଲଙ୍କ ଫଟୋସୁଟ୍ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ସୋସିଆଲ ମିଡିଆରେ ଏହି ମଡେଲଙ୍କ ଫଟୋ ଏବେ ଛାଇ ଯାଇଛି। ପାଟନାର ବନ୍ୟା ପ୍ରଭାବିତ ରାସ୍ତାରେ ଭିନ୍ନ ଭିନ୍ନ ପୋଜ୍ରେ ଫଟୋ ଉଠାଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ଛାତ୍ରୀ ଅଦିତି ସିଂହ। ତାଙ୍କର ଏହି ଫଟୋ ସୋମବାର ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଅଦିତିଙ୍କ ସାଙ୍ଗ ତଥା ଫଟୋଗ୍ରାଫର ସୌରଭ ଅନୁରାଜ।
ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଫ୍ୟାସନ ଡିଜାଇନିଂ ଛାତ୍ରୀ ଅଦିତିଙ୍କ ବନ୍ୟା ସମୟର ଫଟୋ ଉଠାଇଥିଲେ ଫଟୋଗ୍ରାଫର ସୌରଭ ଅନୁରାଜ। ତାଙ୍କର ଏହି ଫଟୋ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ଏହାକୁ ବହୁ ସଂଖ୍ୟାରେ ଲାଇକ୍ ମିଳିଥିଲା ବେଳେ ଆଉ କେତକ ୟୁଜର ମଡେଲ ଓ ଫଟୋଗ୍ରାଫରଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି।
‘‘ବର୍ଷା ଯୋଗୁଁ ପାଟନା ପାଣିରେ ବୁଡ଼ୁଥିଲା ବେଳେ ମଡେଲ ଜଣକ ଏମିତି ହସି ହସି କେମିତି ଫଟୋ ଉଠାଇ ପାରିଲେ?’’, ସୋସିଆଲ ମିଡିଆରେ ଏମିତି ପ୍ରତିକ୍ରିୟା ଦେଇଛନ୍ତି ୟୁଜର୍ସ।
ସୋସିଆଲ ମିଡିଆରେ ଟ୍ରୋଲ ହେବାପରେ ସୌରଭ ଅନୁରାଜ ଫେସବୁକ୍ରେ ଏକ ପୋଷ୍ଟ କରି ଫଟୋସୁଟ୍ ପଛର କାରଣ କହିଛନ୍ତି। ପାଟନାର ବନ୍ୟା ସମୟର ଦୂରାବସ୍ଥାକୁ ଲୋକଙ୍କ ଦୃଷ୍ଟିକୁ ଆଣିବା ପାଇଁ ଏହା ଏକ ପ୍ରୟାସ ବୋଲି ଫଟୋଗ୍ରାଫର ସୌରଭ କହିଛନ୍ତି। ବିହାରରେ କିଛି ହେଲେ ଲୋକଙ୍କୁ କିଛି ଫରକ ପଡ଼େ ନାହିଁ। ଏଥିପାଇଁ ଏମିତି ଫଟୋସୁଟ୍ କରାଯାଇଛି। ଯାହାଦ୍ୱାରା ଲୋକଙ୍କ ଦୃଷ୍ଟିକୁ ପାଟନାର ସ୍ଥିତି ଆସିଛି ବୋଲି ସେ କହିଛନ୍ତି।