ଓଡ଼ିଶାଲାଇଭ୍ ବ୍ୟୁରୋ
କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦ ନଗର ଥାନା ପରିସରରୁ ‘ମୋ ସରକାର’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
‘ମୋ ସରକାର’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ପରିସରରୁ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି। ରୋଗୀ ସେବା ଠିକ୍ଠାକ୍ ଚାଲିଥିବା ମୁଖ୍ୟମନ୍ତ୍ରୀ କହିଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ସହିଦ ନଗର ଥାନା ଅଭିମୁଖେ ଯାତ୍ରା କରିଥିଲେ। ସହିଦନଗର ଥାନାରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ।
‘ମୋ ସରକାର’ ଶୁଭାରମ୍ଭ ହେବା ପରେ ଏଣିକି ମୁଖ୍ୟମନ୍ତ୍ରୀ ପ୍ରତିଦିନ ରାଜ୍ୟର ୧୦ ଜଣ ରୋଗୀଙ୍କ ସହ ଫୋନ୍ରେ କଥା ହେବେ। ଡାକ୍ତରଖାନାରେ ତାଙ୍କୁ କେମିତି ସେବା ମିଳିଲା ସେନେଇ ମତାମତ ନେବେ। ଯଦି ଡାକ୍ତରଖାନାରେ ରୋଗୀଙ୍କୁ ଭଲ ସେବା ମିଳି ନଥିବ ଜଣାପଡ଼େ ତାହାଲେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭଲ କାମ କଲେ ପୁରସ୍କାର ମିଳିବ ବୋଲି ପୂର୍ବରୁ ରାଜ୍ୟ ସରକାର ଘୋଷଣା କରିଥିଲେ।
ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ସମସ୍ତ ସିଡିଏମ୍ଓମାନଙ୍କ ସହ ଭିଡିଓ କନଫରେନ୍ସିଂରେ କଥା ହୋଇଥିଲେ।
ବର୍ତ୍ତମାନ ସୁଦ୍ଧା ୨୧ଟି ଜିଲ୍ଲାରେ ‘ମୋ ସରକାର’ କାର୍ଯ୍ୟକାରୀ ହୋଇଛି। ଆଉ ୯ଟି ଜିଲ୍ଲାରେ ଅକ୍ଟୋବର ୩୦ ସୁଦ୍ଧା ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହେବ।








କ୍ୟାପିଟାଲ ହସ୍ପିଟାଲ ଏବଂ ସହିଦ ନଗର ଥାନା ପରିସରରୁ ‘ମୋ ସରକାର’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।






