ଓଡ଼ିଶାଲାଇଭ୍ ବ୍ୟୁରୋ

ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ନବୀନ ପଟ୍ଟନାୟକ ବୁଧବାର ‘ମୁଁ ସଫେଇବାଲା’ ଅଭିଯାନର ଶୁଭାରମ୍ଭ କରିଛନ୍ତି।

ଭୁବନେଶ୍ୱର ସତ୍ୟନଗରସ୍ଥିତ ‘ମିଶନରି ଅଫ ଚ୍ୟାରିଟି’ ଭବନରୁ ମୁଁ ସଫେଇବାଲା ଅଭିଯାନର ଆରମ୍ଭ କରିଥିଲେ।

ଏହି ଅବସରରେ ମୁଖ୍ରମନ୍ତ୍ରୀ ନିଜେ ଅଳିଆ ଡସ୍ଟବିନ୍‌ରେ ଫୋପାଡ଼ି ଥିଲେ ଓ ସଫେଇରେ ସାମିଲ ହୋଇଥିଲେ।

ମୁଁ ସଫେଇବାଲା ଅଭିଯାନରେ ସମସ୍ତ ସ୍କୁଲ ପିଲାମାନଙ୍କୁ ସ୍ୱଚ୍ଛତା ପାଇଁ ୧୦ଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ପ୍ରେରଣା ଦିଆଯିବ।

ବିଏମ୍‌ସି ମଧ୍ୟରେ ଆସୁଥିବା ସମସ୍ତ ସରକାରୀ ଓ ଘରୋଇ ସ୍କୁଲରେ ଏହି ଅଭିଯାନରେ ସାମିଲ କରାଯିବ।

ମୁଁ ସଫେଇବାଲା ଅଭିଯାନ ୨ ଅକ୍ଟୋବରରୁ ୧୪ ନଭେମ୍ବର ଏବଂ ଜାନୁଆରି ୨୦୨୦ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମୟ ନିର୍ଦ୍ଧାରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here