ଓଡ଼ିଶାଲାଇଭ ବ୍ୟୁରୋ

ନୂଆ ମୋଡ଼ ନେଇଛି ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟା ମାମଲା। ହତ୍ୟାକାଣ୍ଡରେ ଏକାଧିକ ଲୋକ ସଂପୃକ୍ତ ଥିବା ଓ ତଦନ୍ତ କ୍ରାଇବ୍ରାଞ୍ଚକୁ ଦେବାକୁ ନିହାରିକାଙ୍କ ବାପା, ମା ଦାବି କରିଛନ୍ତି। ଏହାସହ ସେମାନେ ରାଜ୍ୟ ମାନବଧିକାର କମିସନରେ ଅପିଲ ମଧ୍ୟ କରିଛନ୍ତି।

ନର୍ସ ନିହାରିକା ପାତ୍ର ହତ୍ୟା ମାମଲାରେ ବୟଫ୍ରେଣ୍ଡ ରାଜାକୁ ଗିରଫ କରି ସାରିଛି ପୋଲିସ। ନିହାରିକାକୁ ୨ଗତ ୮ ତାରିଖରେ ଚାଉଳିଆଗଞ୍ଜସ୍ଥିତ ଅପର୍ଣ୍ଣାନଗରରେ ତଣ୍ଟି ଚିପି ହତ୍ୟା କରିବା ପରେ ବିରିଡ଼ି ବିଲୁଆଖାଇ ନଦୀ ପଠାରେ ଫୋପାଡ଼ି ଦେଇଥିବା ନେଇ ପୋଲିସ ଆଗରେ ମାନିଥିଲା ରାଜା।

ଏହାପରେ ପୋଲିସ ରାଜାକୁ ଗିରଫ କରି ଜଗତସିଂହପୁର ଆଳିପିଙ୍ଗଳ ଜେଲକୁ ପଠାଇ ଦେଇଥିଲା। ତେବେ ବର୍ତ୍ତମାନ ହତ୍ୟାକାଣ୍ଡରେ ରାଜା ସହ ଆଉ ଅନ୍ୟ ଲୋକଙ୍କ ହାତ ଥାଇ ପାରେ ବୋଲି ନିହାରିକାଙ୍କ ବାପା, ମା ଅଭିଯୋଗ କରିଛନ୍ତି।

LEAVE A REPLY

Please enter your comment!
Please enter your name here