ଓଡ଼ିଶାଲାଇଭ୍ ବ୍ୟୁରୋ
କୋରାପୁଟ ଜିଲ୍ଲା କୋଟପାଡ଼ ପୋଲିସ ଆଜି ଚାରି ଜଣ କୁଖ୍ୟାତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏସଡିପିଓ ହରେକୃଷ୍ଣ ମାଝୀ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ସୂଚନା ଦେଇଛନ୍ତି।
ଗତ ସପ୍ଟେମ୍ବର ୨୬ରେ ରାତିରେ କୁସୁମୀ ଅଞ୍ଚଳର ସନ୍ତୁନୁ ଧଳଙ୍କ ଘରେ ପଶି ଏକ ଡକାୟତି ଦଳ ତାଙ୍କୁ ଭୁଜାଲି ଏବଂ ମାଉଜର ଦେଖାଇ ଗହଣା ଓ ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ। ଯାହାକୁ ନେଇ କୋଟପାଡ଼ ଥାନାରେ ଏକ ଡକାୟତ ମାମଲା ରୁଜୁ ହୋଇଥିଲା।
ପୋଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି। ଶୁକ୍ରବାର ବିଲମ୍ବିତ ରାତିରେ ବୋରିଗୁମ୍ମାରୁ ଏହି ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଏହି ଡକାୟତଙ୍କ ନିକଟରୁ ଚାରି ମୋବାଇଲ, ମାଉଜର, ଭୁଜାଲି, ଗହଣା ଦୁଇ ତୋଳା ଏବଂ ୫ ହଜାର ୫ ଶହ ନଗଦ ଟଙ୍କା ଜବତ କରିଛି ପୋଲିସ। ସେପଟେ ଘଟଣାରେ ସଂପୃକ୍ତ ଥିବା ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି।


















