ଓଡ଼ିଶାଲାଇଭ୍ ବ୍ୟୁରୋ

pregnentwomen death

ରାସ୍ତା ଅଧାରେ ଆମ୍ଵୁଲାନ୍ସରୁ ସରିଗଲା ତେଲ। ଠିକ୍‌ ସମୟରେ ଗର୍ଭବତୀ ମହିଳା ଡାକ୍ତରଖାନାରେ ପହଞ୍ଚି ନପାରିବାରୁ ମହିଳାଙ୍କ ସମେତ ଗର୍ଭସ୍ଥ ଶିଶୁର ମଧ୍ୟ ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରପୋଷି ହାଣିଦା ଗାଁରେ।

ଗାଁର ଚିତ୍ତରଞ୍ଜନ ମୁଣ୍ଡାଙ୍କ ଗର୍ଭବତୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ବାଙ୍ଗିରିପୋଷି ମେଡିକାଲକୁ ଆସିଥିଲେ। ହେଲେ ସେଠାରେ ରୋଗୀଜଣକର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ ଡାକ୍ତର ତାଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ତେବେ ରୋଗୀକୁ ବାରିପଦା ମେଡିକାଲ ସ୍ଥାନାନ୍ତର କରିବା ପାଇଁ ଯାଇଥିବା ଆମ୍ବୁଲାନ୍ସରୁ ଅଧାବାଟରେ ତେଲ ସରିଯାଇଥିଲା।

ପାଖରେ କୌଣସି ପେଟ୍ରୋଲ ପମ୍ପ ନଥିବାରୁ ଅଧା ରାସ୍ତାରେ ଗାଡ଼ିଟି ଦୀର୍ଘ ଦେଢ଼ ଘଣ୍ଟା ଧରି ଅଟକି ରହିଥିଲା। ଯାହା ଫଳରେ ରୋଗୀ ଜଣକ ଠିକ୍ ସମୟରେ ବାରିପଦା ମେଡିକାଲରେ ପହଞ୍ଚିପାରିନଥିଲେ। ରାସ୍ତାରେ ସମୟ ବିଳମ୍ବ ହେବା କାରଣରୁ ଉଭୟ ମା ଓ ଛୁଆଙ୍କ ମୃତ୍ୟୁ ଘଟିଛି।

LEAVE A REPLY

Please enter your comment!
Please enter your name here