ଓଡ଼ିଶାଲାଇଭ୍ ବ୍ୟୁରୋ
ଚେନ୍ନାଇରେ ପହଞ୍ଚିଲେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍। ଚେନ୍ନାଇରୁ ସେ ସିଧା ମାମଲ୍ଲାପୁରମ ଯିବେ। ଜିନପିଙ୍ଗ୍ଙ୍କୁ ସ୍ୱାଗତ କରିବା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ଜିନିପିଙ୍ଗ୍ ଚେନ୍ନାଇରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଚେନ୍ନାଇରେ ପହଞ୍ଚିଛନ୍ତି। ଦୁଇ ନେତା ଏହି ସାକ୍ଷାତକାରରେ ଅନୌପଚାରିକ ଆଲୋଚନା କରିବେ।
ଜିନପିଙ୍ଗଙ୍କ ସ୍ୱାଗତ ଲାଗି ଚେନ୍ନାଇରେ ଭବ୍ୟ ଆୟୋଜନ କରାଯାଇଛି। ଜିନପିଙ୍ଗ୍ଙ୍କ ରହଣି ସ୍ଥାନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସମୁଦ୍ରତଟରେ ନେଭି, କୋଷ୍ଟଗାର୍ଡଙ୍କ ପକ୍ଷରୁ ପେଟ୍ରୋଲିଂ ଜାରି ରହିଛି।
ଆଜି ସନ୍ଧ୍ୟାରେ ଦୁଇ ନେତା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲି ଦେଖିବେ। ଏହି ସାକ୍ଷାତକାରେ ଜିନପିଙ୍ଗ ଓ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ। ମୁଖ୍ୟତଃ ବାଣିଜ୍ୟ ଆତଙ୍କବାଦ, ସୀମା ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି।


















