ଓଡ଼ିଶାଲାଇଭ୍ ବ୍ୟୁରୋ

ଏସ୍ସିବିରେ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ଏଣିକି ଡିସ୍ଚାର୍ଜ ପେପର୍ରେ ରହିବ ଡାକ୍ତରଙ୍କ ନାଁ ଓ ଦସ୍ତଖତ।
କଟକ ବଡ଼ ମେଡିକାଲରେ ବଦଳିଲା ୫୦ ବର୍ଷ ପୁରୁଣା ବ୍ୟବସ୍ଥା। ମେଡିକାଲରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କ ଡିସଚାର୍ଜ ପେପର୍ରେ ରହିବ ଡାକ୍ତରଙ୍କ ନାଁ ଓ ଦସ୍ତଖତ। ଏନେଇ କେନ୍ଦ୍ରାଞ୍ଚଳ ଆର୍ଡିସି ଅନିଲ କୁମାର ସାମଲ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏକ ଲିଖିତ ନିର୍ଦ୍ଦେଶନାମା ଜାରି କରିଛନ୍ତି।
ଏଣିକି ରୋଗୀଙ୍କ ଡିସ୍ଚାର୍ଜ ପେପର୍ରେ ରୋଗୀର ନାମ, ବୟସ, ରୋଗ ସମ୍ପର୍କିତ ସବିଶେଷ ତଥ୍ୟ ସହ ଚିକିତ୍ସା କରୁଥିବା ଡାକ୍ତରଙ୍କ ନାମ ଓ ସ୍ୱାକ୍ଷର ରହିବ।
ଦୀର୍ଘ ୫୦ ବର୍ଷ ଧରି କଟକ ବଡ଼ ମେଡିକାଲରେ ପୁରୁଣା ବ୍ୟବସ୍ଥା ଚାଲିଆସୁଥିଲା। ପୂର୍ବରୁ ରୋଗୀଙ୍କ ନାଁ, ବୟସ, ୱାର୍ଡ, ୟୁନିଟ, ଆଡମିସନ ଏବଂ ଡିସଚାର୍ଜ ତାରିଖ ଲେଖାଥିବା କାଗଜକୁ ଧରାଇ ଦେଇ ଡିସ୍ଚାର୍ଜ କରାଯାଉଥିଲା। ତେବେ ବର୍ତ୍ତମାନ ଏହି ବ୍ୟବସ୍ଥାକୁ ବଳାଯାଇଥିବାରୁ ରୋଗୀମାନେ ବିଶେଷ ଉପକୃତ ହେବା ସହ ଚିକିତ୍ସା ବ୍ୟବସ୍ଥା ସ୍ୱଚ୍ଛ ହେବ ବୋଲି ଆଶା କରାଯାଉଛି।।
















