ଓଡ଼ିଶାଲାଇଭ ବ୍ୟୁରୋ

ପୁଣି ଆକ୍ସନ ମୋଡ଼ରେ କଟକ ପୋଲିସ। ଚୌଦ୍ଵାର ପୋଲିସ ଓ ସ୍ପେସାଲ ସ୍କାଡ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଅଜୟ ଦାସ୍‌ ଓରଫ ଜିତୁ ଆହତ ହୋଇଛି। ଜିତୁର ଡାହଣା ଗୋଡ଼ରେ ଗୁଳି ବାଜିଛି। ତାକୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।

ଚୌଦ୍ଵାର ପୋଲିସର ମୋଷ୍ଟ ଓ୍ଵାଣ୍ଟେଡ ଲିଷ୍ଟରେ ରହିଥିଲା ଜିତୁ। ଜିତୁକୁ ଧରିବାକୁ ପୋଲିସ ଅନେକ ଦିନ ହେବ ଚେଷ୍ଟା ଜାରି ରଖିଥିଲା। ଆଜି ଜିତୁର ସନ୍ଧାନ ପାଇ ପୋଲିସ ତାକୁ ଧରିବାକୁ ଚେଷ୍ଟା କରୁଥିବା ବେଳେ ସେ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାର ପାଲଟା ଆକ୍ରମଣରେ ଜିତୁ ଆହତ ହୋଇଥିଲା।

ଜିତୁ ନାଁରେ ବିଭିନ୍ନ ଥାନାରେ ଡକାୟତି ଓ ଲୁଟ ମାମଲା ରହିଛି। ଜିତୁ ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ କରିଛି ପୋଲିସ।

Comment