ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ହାଇଭୋଲଟେଜ ପ୍ରଚାର। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫରିଦାବାଦରେ ପ୍ରଚାର କରି କଂଗ୍ରେସକୁ ଟାର୍ଗେଟ କରିଥିଲେ। ୭୦ ବର୍ଷ କାଳ କଂଗ୍ରେସ ଦେଶକୁ ଶାସନ କଲା। ହେଲେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇ ପାରିଲେନି ବୋଲି କହିଥିଲେ ଶାହ।

‘‘ନରେନ୍ଦ୍ର ମୋଦୀଙ୍କ ସରକାର ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟାଇଲେ। ହେଲେ କଂଗ୍ରେସ ତାହା କରିପାରି ନଥିଲା। ମୋଦୀ ସରକାର ଧାରା ୩୭୦ ହଟାଇ ଐତିହାସିକ ପଦକ୍ଷେପ ନେଇଥିବା ବେଳେ କଂଗ୍ରେସ ଏହାକୁ ବିରୋଧ କରୁଛି। ଭୋଟ ବ୍ୟାଙ୍କ ପାଇଁ କଂଗ୍ରେସ ଜମ୍ମୁ କଶ୍ମୀରରେ ଧାରା ୩୭୦ ରହୁ ବୋଲି ଚାହୁଁଥିଲା। ହେଲେ ଆମ ପାଇଁ ଦେଶ ଆଗ ଆଉ ସବୁ ପଛ’’, କହିଥିଲେ ଅମିତ ଶାହ।

ଅମିତ ଶାହ ରବର୍ଟ ଭଦ୍ରାଙ୍କୁ ବି ଛାଡ଼ି ନଥିଲେ। କଂଗ୍ରେସ ଜ୍ୱାଇଁ ଏବଂ ତାଙ୍କ ଦଲାଲମାନଙ୍କ ଦ୍ୱାରା ପରିଚାଳିତ ହେଉଥିଲା ବୋଲି ଶାହ କହିଥିଲେ।

୨୦୨୪ ସୁଦ୍ଧା ଭାରତରୁ ଅନୁପ୍ରବେଶକାରୀ ହଟିବେ। ଏହି ସଂକଳ୍ପ ମୋଦୀ ସରକାର ନେଇଥିବା ଶାହ କହିଥିଲେ।

LEAVE A REPLY

Please enter your comment!
Please enter your name here