ଓଡ଼ିଶାଲାଇଭ ବ୍ୟୁରୋ

ଭାରତୀୟ ମହିଳା କ୍ରିକେଟର ସ୍ମୃତି ମାନ୍ଧନା ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ନିଜ ଶୀର୍ଷ ସ୍ଥାନ ହରାଇଛନ୍ତି। ବର୍ତ୍ତମାନ ଶୀର୍ଷରେ ରହିଛନ୍ତି ଆମି ସାଟର୍ଥୱେଟ। ଆହତ କାରଣରୁ ମାନ୍ଧନା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ବାଦ ପଡ଼ିଥିଲେ। ଫଳରେ ସେ ରାଙ୍କିଙ୍ଗର ଗୋଟିଏ ସ୍ଥାନ ତଳକୁ ଖସି ଆସିଛନ୍ତି।
ମାନ୍ଧନା ୭୫୫ ପଏଣ୍ଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଆମି ସାଟର୍ଥୱେଟ ୭୫୯ ପଏଣ୍ଟ ସହ ତାଙ୍କୁ ଅତିକ୍ରମ କରି ପ୍ରଥମସ୍ଥାନରେ ରହିଛନ୍ତି। ସେହିପରି ବୋଲିଂରେ ଝୁଲନ ଗୋସ୍ଵାମୀ, ଶିଖା ପାଣ୍ଡେ ଓ ପୁନମ ଯାଦବ ଯଥାକ୍ରମେ ଷଷ୍ଠ, ଅଷ୍ଟମ ଓ ନବମ ସ୍ଥାନରେ ରହିଛନ୍ତି।
ଅଲରାଉଣ୍ଡର ତାଲିକାରେ ଭାରତର ଦୀପ୍ତି ଶର୍ମା ତୃତୀୟ ସ୍ଥାନରେ ରହିଥିବା ବେଳେ ଶିଖା ଟପ୍-୧୦ରେ ସ୍ଥାନ ପାଇଛନ୍ତି। ସ୍ମୃତି ମାନ୍ଧନାଙ୍କୁ ପୁଣି ପ୍ରଥମ ସ୍ଥାନକୁ ଫେରିବାକୁ ହେଲେ ଆଗାମୀ ଦିନିକିଆରେ ଉନ୍ନତ ପ୍ରଦର୍ଶନ କରିବାକୁ ହେବ।


















