ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପ୍ରଜାମେଳି। ମୌଳିକ ସୁବିଧା ମିଳୁନଥିବା ପ୍ରତିବାଦରେ ଚିତ୍ରକୋଣ୍ଡାର ୪ଟି ପଞ୍ଚାୟତର ଶତାଧିକ ଲୋକ ଏକାଠି ହୋଇ ପ୍ରତିବାଦ କରିଛନ୍ତି। ଏହା ସହିତ ମୁଦୁଲିଗୋଡ଼ାରେ ନୂତନ ପଞ୍ଚାୟତ ପ୍ରତିଷ୍ଠା କରିବାକୁ ଦାବି କରିଛନ୍ତି। ଏହି ସବୁ ଦାବିକୁ ନେଇ ବାରମ୍ବାର ଆନ୍ଦୋଳନ କରିବା ପରେ ବି ପ୍ରଶାସନ ଶୁଣୁନଥିବାରୁ ପୁଣି ଏକାଠି ହୋଇଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ।

ନାକାମାମୁଡି ପଂଚାୟତର ଖଜୁରିଗୁଡା ଗ୍ରାମରେ ଏହି ବିଶାଳ ମେଳି ହୋଇଛି। ଗତ ଜୁନ ମାସରେ ମଧ୍ୟ ସ୍ୱାଭିମାନ ଅଞ୍ଚଳବାସୀ ଏହିଭଳି ଏକ ବିଶାଳ ମେଳି କରିଥିଲେ। ମାତ୍ର ପ୍ରଶାସନ ସେମାନଙ୍କ ଦାବି ପୂରଣ କରିନଥିଲା।

ଏଥର ଯଦି ସେମାନଙ୍କ ଦାବି ପୂରଣ ନହୁଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସେମାନେ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here