ଓଡ଼ିଶାଲାଇଭ୍ ବ୍ୟୁରୋ
ହରିୟାଣା ରାଜ୍ୟ ବିଜେପି ସଭାପତି ପଦରୁ ଇସ୍ତଫା ଦେଲେ ସୁଭାଷ ବରାଳା। ଚଳିତ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଆଶାନୁଯାୟୀ ପ୍ରଦର୍ଶନ ନକରିପାରିବାରୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଏବେ ହରିୟାଣାରେ ଚାଲିଛି ଭୋଟ ଗଣତି। ହେଲେ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ପରାଜୟ ସ୍ୱୀକାର କରି ସୁଭାଷ ବରାଳା ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।
ଗୁରୁବାର ହରିୟାଣା ବିଧାନସଭା ପାଇଁ ଭୋଟଗଣନା କରାଯାଉଛି। ହରିୟାଣାର ମୋଟ୍ ୯୦ଟି ଆସନ ପାଇଁ ଭୋଟଗଣତି ଚାଲିଛି। ତେବେ ବିଜେପି ଏଠାରେ ସରକାର ଗଠନ କରିବ ବୋଲି ଯେଉଁ ଆଶା କରାଯାଉଥିଲା, ତାହା ଏବେ ସମ୍ଭବ ହେବା ପରି ଜଣାପଡୁନାହିଁ। ରାଜ୍ୟରେ ଝୁଲା ସରକାର ଗଠନ ହେବ ବୋଲି ଜଣାପଡୁଛି।
ହିରିୟାଣା ରାଜ୍ୟରେ ବିଜେପି ଆଶା ଅନୁସାରେ ପ୍ରଦର୍ଶନ କରିପାରିନାହିଁ। ତେଣୁ ଏହି କାରଣ ପାଇଁ ସୁଭାଷ ହରିୟାଣା ରାଜ୍ୟ ବିଜେପି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।
ସୁଭାଷ ନିଜେ ମଧ୍ୟ ହରିୟାଣାର ତୋହାନ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢୁଥିଲେ। କିନ୍ତୁ ସେ ଏଥିରେ ମଧ୍ୟ ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୨୨ହଜାର ଭୋଟ ପଛରେ ପଡ଼ିଯାଇଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ମିଳିବା ପୂର୍ବରୁ ସେ ନିଜର ପରାଜୟ ସ୍ୱୀକାର କରି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି।