ଓଡ଼ିଶାଲାଇଭ୍ ବ୍ୟୁରୋ

  • ଟି-୨୦ରେ ରୋହିତ ଶର୍ମା ଅଧିନାୟକ
  • ଶିଭମ୍‌ ଦୁବେ ନୂଆ ମୁହଁ

ଆଗାମୀ ବାଂଲାଦେଶ ବିପକ୍ଷ ଟି-୨୦ ଓ ଟେଷ୍ଟ ସିରିଜ ପାଇଁ ଗୁରୁବାର ୧୫ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି।  ଏଥିରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି। ତାଙ୍କ ବଦଳରେ ରୋହିତଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ଏହାସହ ଘରୋଇ କ୍ରିକେଟରେ ଚତ୍ମକାର ପ୍ରଦର୍ଶନ ପାଇଁ ଯୁବ ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନଙ୍କୁ ଦଳକୁ ଡାକରା ମିଳିଛି। ଏହାସହ ଶିଭମ୍ ଦୁବେଙ୍କୁ ମଧ୍ୟ ଦଳରେ ପ୍ରଥମ କରି ସାମିଲ କରାଯାଇଛି।

ନଭେମ୍ବର ୩ତାରିଖରୁ ଭାରତ ଓ ବାଂଲାଦେଶ ମଧ୍ୟରେ ଟି-୨୦ ସିରିଜ୍ ଆରମ୍ଭ ହେବ। ଏହି ସିରିଜରେ ଦୁଇ ଦେଶ ମଧ୍ୟରେ ମୋଟ ୩ଟି ଟି-୨୦ ମ୍ୟାଚ୍ ଖେଳାଯିବ। ଏହାପରେ ଦୁଇ ଦେଶ ମଧ୍ୟରେ ଦୁଇ ଟିକିଆ ଟେଷ୍ଟ ସିରିଜ ମଧ୍ୟ ଖେଳାଯିବ।

ଏହି ସିରିଜର ପ୍ରଥମ ଟି-୨୦ ମ୍ୟାଚ୍ ନଭେମ୍ବର 3ରେ ଦିଲ୍ଲୀରେ ଖେଳାଯିବ। ଏହାପରେ ଦ୍ୱିତୀୟ ମ୍ୟାଚ୍ ରାଜକୋଟ୍ ଓ ତୃତୀୟ ମ୍ୟାଚ୍ ନାଗପୁରରେ ଖେଳାଯିବ।

ଭାରତୀୟ ଟି-୨୦ ଦଳ:

ରୋହିତ ଶର୍ମା(ଅଧିନାୟକ), ଶିଖର ଧାୱନ୍, ସଞ୍ଜୁ ସାମସନ, ରିଷଭ ପନ୍ତ, କେ.ଏଲ୍. ରାହୁଲ, ମନିଷ ପାଣ୍ଡେ, ଶ୍ରେୟସ ଆୟାର, ୱାଶିଂଟନ ସୁନ୍ଦର, କୃଣାଳ ପାଣ୍ଡ୍ୟା, ରାହୁଲ ଚହର, ଦୀପକ ଚହର, ଖଲୀଲ ଅହମ୍ମଦ, ଶିବମ ଦୁବେ, ସାର୍ଦ୍ଦୁଳ ଠାକୁର ଓ ଯୁଜବେନ୍ଦ୍ର ଚହଲ।

ଭାରତୀୟ ଟେଷ୍ଟ ଦଳ:

ବିରାଟ କୋହଲି(ଅଧିନାୟକ), ରୋହିତ୍ ଶର୍ମା, ମୟଙ୍କ ଅଗ୍ରୱାଲ୍‌, ଚେତେଶ୍ୱର ପୂଜାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଦ୍ଧିମାନ ସାହା(ୱିକେଟକିପର), ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ୍ ଅଶ୍ୱିନ୍‌, କୁଲଦୀପ ଯାଦବ, ମହମ୍ମଦ ସାମି, ଉମେଶ ଯାଦବ, ଈଶାନ୍ତ ଶର୍ମା, ଶୁବମନ୍‌ ଗିଲ୍‌, ରିଷଭ ପନ୍ତ।

Comment