ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଧନ ତ୍ରୟୋଦଶୀ ପର୍ବ ‘ଧନତେରସ୍’। ଏହାକୁ ଧନ ଓ ସମ୍ପଦର ଉତ୍ସବ ବୋଲି କୁହାଯାଏ। ଏହି ଦିନ ଧନଦାତ୍ରୀ ଦେବୀ ମା’ ଲକ୍ଷ୍ମୀ ପୂଜା ପାଆନ୍ତି। ଏହି ଦିନ ସୁନା କିଣିବା ଶୁଭ ବୋଲି ମନେ କରାଯାଏ।
ପୌରାଣିକ ତଥ୍ୟ ଅନୁଯାୟୀ, କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶୀରେ ଦେବତା ଓ ରାକ୍ଷସମାନଙ୍କ ମଧ୍ୟରେ ହୋଇଥିବା ସମୁଦ୍ର ମନ୍ଥନରେ ସମୁଦ୍ରରୁ ମା’ ଧନଓ୍ୱନ୍ତରୀ ଅମୃତ କଳସ ଓ ଆୟୁର୍ବେଦ ଔଷଧୀ ନେଇ ପ୍ରକଟ ହୋଇଥିଲେ। ସେଥିପାଇଁ ଏହି ସମୟରେ ସୁନା ରୂପା କିଣିଲେ ମା’ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି। ଘରକୁ ସୁଖ ସମୃଦ୍ଧି ଆସେ, ବ୍ୟବସାୟରେ ବୃଦ୍ଧି ହୁଏ ବୋଲି କୁହାଯାଏ। ଆଜିର ଦିନରେ ଭଗବାନ କୁବେରଙ୍କୁ ବି ପୂଜା କରାଯାଏ।
ଚଳିତବର୍ଷ ଧନତେରସ୍ ପାଇଁ ବିଭିନ୍ନ ସୁନା ଦୋକାନ ଆକର୍ଷଣୀୟ ଅଫର ମଧ୍ୟ ରଖିଛନ୍ତି। ସୁନା ସୋ’ରୁମ୍ଗୁଡ଼ିକ ପାଖାପାଖି ୧୨ କୁଇଣ୍ଟାଲ ସୁନା ଆଣିଥିବା ସୂଚନା ମିଳିଛି। ପାରମ୍ପାରିକ ଗହଣା ଡିଜାଇନ୍ ସହ ନୂଆ ଡିଜାଇନ୍ର ଗହଣା ବି ଆସିଛି।
ଧନତେରସ୍ରେ କେବଳ ସୁନା ହିଁ ନୁହେଁ ଯେକୌଣସି ନୂଆ ଜିନିଷ କିଣିପାରିବେ।
ବ୍ୟବସାୟ ସମ୍ବନ୍ଧୀୟ ଜିନିଷ କିଣି ଦିପାବଳୀ ଦିନ ପୂଜା କଲେ ବ୍ୟବସାୟରେ ବିଶେଷ ଲାଭବାନ ହେବେ। ଏହି ଦିନ ଟିଭି, ଫ୍ରିଜ୍, କମ୍ପ୍ୟୁଟର୍, ମୋବାଇଲ୍ ଫୋନ୍ ଭଳି ଇଲେକ୍ଟ୍ରୋନିକ୍ ଜିନିଷ କିଣିବା ବି ଶୁଭ।
ଧନତେରସ୍ ଦିନ ଝାଡ଼ୁ କିଣିବା ଶୁଭ ବୋଲି ମନେ କରାଯାଏ। ଏହା ଘର ସହିତ ଜଡ଼ିତ ଆର୍ଥିକ ସଙ୍କଟକୁ ଦୂର କରେ। ଧନତେରସ୍ରେ ପିତଳ ବାସନ କିଣିବା ମାନ୍ୟତା ବି ରହିଛି।
















