ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଦୀପାବଳି ଅବସରରେ ବାଣ ଫୁଟେଇବା ବେଳେ ଅନେକ ସ୍ଥାନରେ ଅଘଟଣ ଦେଖିବାକୁ ମିଳିଛି। ବାଣ ନିଆଁ ଯୋଗୁଁ ଅନେକ ଲୋକ ଆହତ ହୋଇଛନ୍ତି। ଭୁବନେଶ୍ଵରରେ ମଧ୍ୟ ବାଣ ଫୁଟେଇ ଆହତ ହୋଇଥିବା ଶତାଧିକ ଲୋକଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ହୋଇଥିବା ଲୋକଙ୍କ ମଧ୍ୟରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପୁରୁଷ ଓ ମହିଳା ଉଭୟ ରହିଛନ୍ତି। କାହାର ହାତ ଓ ଗୋଡ଼ରେ ଆଘାତ ଲାଗିଛି ତ ଆଉ କିଏ ନିଆଁରେ ପୋଡ଼ି ହୋଇଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତରଙ୍କ ସ୍ୱତନ୍ତ୍ର ଟିମ ସେମାନଙ୍କ ଚିକିତ୍ସା କରୁଛନ୍ତି।

ଦୀପାବଳିରେ କେବଳ ଲୋକେ ଆହତ ହୋଇ ନାହାନ୍ତି। ଅନେକ ସ୍ଥାନରେ ଘର ମଧ୍ୟ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ରବିବାର ସମ୍ବଲପୁର କ୍ଷେତରାଜନଗରରେ ବାଣ ପଡ଼ି ଏକ ଆପର୍ଟମେଣ୍ଟର ତୃତୀୟ ମହଲା ଘର ଜଳି ଯାଇଛି। ସେହିପରି ନୂଆପଡ଼ାର ସିନାପାଲିରେ ମଧ୍ୟ ବାଣ ଯୋଗୁଁ ଏକ ଚାଳ ଘରେ ନିଆଁ ଲାଗିଥିବା ଘଟଣା ସାମ୍ନାକୁ ଆସିଛି।

ଉଭୟ ସ୍ଥଳରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏଥିରେ କେହି ମୃତାହାତ ହୋଇନାହାନ୍ତି।

ଦୀପାବଳିକୁ ସ୍ୱଚ୍ଛ, ସବୁଜ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ଏଥର ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲା। ଏହାସହ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଲୋକଙ୍କୁ ବାଣ ଫୁଟାଇବାକୁ ନେଇ ସତର୍କ କରାଯାଇଥିଲା। ଏହାପରେ ବି ଅନେକ ଲୋକ ଅସୁରକ୍ଷିତ ଭାବେ ବାଣ ଫୁଟାଇ ଆହତ ହୋଇଛନ୍ତି।   

Tags: #Diwali #CrackerBurst #Accident #Hospitals #Odisha

LEAVE A REPLY

Please enter your comment!
Please enter your name here