ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣତଃ ଖାଦ୍ୟକୁ ସ୍ୱାଦିଷ୍ଟ  ଏବଂ ବାସ୍ନାଯୁକ୍ତ କରିବାକୁ ସମସ୍ତେ ଧନିଆ ପତ୍ରର ବ୍ୟବାହାର କରନ୍ତି। ପ୍ରାୟ ସମସ୍ତ ଖାଦ୍ୟରେ ଧନିଆ ପତ୍ର ପଡ଼ିପାରେ। ଖାଦ୍ୟରେ ଧନିଆ ପତ୍ର ପଡ଼ିବା ପରେ ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ।

ହେଲେ ଧନିଆ ପତ୍ର ଯେ କେବଳ ଖାଦ୍ୟକୁ ସ୍ୱାଦିଷ୍ଟ କରେ ତାହା ନୁହେଁ ଏହା ସୁସ୍ଥ ରହିବାରେ ବି ସହାୟକ ହୋଇଥାଏ। ଏଥିରେ ଥିବା ପୋଷକ ତତ୍ୱ,ପୋଟାସିୟମ, କ୍ୟାଲସିୟମ ଭିଟାମିନ ସି ଭରପୂର ପରିମାଣରେ ଥାଏ। ଏହା ସୁସ୍ଥ ରହିବାରେ ସାହାଯ୍ୟ କରେ।

ଧନିଆ ପତ୍ରରେ କ୍ୟାଲୋରୀ ଥିବା ଯୋଗୁଁ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ। ପେଟର ଚର୍ବି ହ୍ରାସ କରିଥାଏ।

ଧନିଆ ଜୁସ୍‌ ପିଇବା ଦ୍ୱାରା କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା କମ୍‌ ଥାଏ। ଏହା କୋଲଷ୍ଟ୍ରରାଲ ସ୍ତରକୁ ସନ୍ତୁଳିତ ରଖିଥାଏ।

ଡାଇବେଟସ୍‌ ରୋଗୀଙ୍କ ପାଇଁ ବି ଧନିଆ ପତ୍ର ଲାଭଦାୟୀ। ଧନିଆ ପତ୍ର ଖାଇବା ଦ୍ୱାରା ଡାଇରିଆ, ଏନିମିଆ ଭଳି ରୋଗ ହୋଇନଥାଏ।

Comment