ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜିକାଲି ମୋଟାପଣ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ତେବେ ଯଦି ଆପଣ ନିଜ ଓଜନ ବଢ଼ିବା ଏବଂ ଚର୍ବି ଜମିବାକୁ ନେଇ ଚିନ୍ତିତ ଅଛନ୍ତି ତେବେ ୨ଟି ଜୁସ୍ ଆପଣଙ୍କ ଚିନ୍ତାକୁ ଖୁବ୍ କମ୍ ଦିନ ମଧ୍ୟରେ ଦୂର କରିଦେବ। ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏଥିପାଇଁ ଆପଣଙ୍କୁ କୌଣସି ଅପରେସନ୍ କିମ୍ବା ଡାକ୍ତରୀ ଚିକିତ୍ସାର ଆବଶ୍ୟକ ପଡ଼ିବନି। ତେବେ ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ କରିବେ ଏହି ଜୁସ୍..ଧନିଆ ଜୁସ୍

ଧନିଆ ମଞ୍ଜିରେ ମିନେରାଲ୍ସ, ପୋଟାସିୟମ, ଆଇରନ୍, ମାଙ୍ଗାନିଜ୍, କ୍ୟାଲସିୟମ, ଫଲିକ୍ ଏସିଡ୍, ଭିଟାମିନ ଏ, ଭିଟାମିନ କେ ଓ ଭିଟାମିନ ସି ଆଦି ଭରି ରହିଥାଏ। ଏସବୁ ସ୍ଵାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ସହିତ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ।

ତେବେ ଧନିଆ ଜୁସ୍ ପ୍ରସ୍ତୁତ କରିବା ପାଇଁ ଗୋଟିଏ ବଡ଼ ଚାମଚରେ ଧନିଆ ମଞ୍ଜି ନେଇ ପାଣିରେ ଭଲ ଭାବରେ ଫୁଟାଇ ଦିଅନ୍ତୁ। ଏହାପରେ ସେହି ପାଣିକୁ ଥଣ୍ଡା କରିଦିଅନ୍ତୁ। ଏବେ ସେହି ପାଣିକୁ ରାତି ସାରା ସେମିତି ରଖିଦିଅନ୍ତୁ। ସକାଳୁ ଉଠି ସେହି ପାଣିକୁ ଖାଲି ପେଟରେ ପିଅନ୍ତୁ। ଏହି ଜୁସ୍‌କୁ ଚାରିରୁ ପାଞ୍ଚ ଦିନ ପର୍ଯ୍ୟନ୍ତ ପିଇବା ପରେ ଆପଣ ଫରକ୍ ଜାଣିପାରିବେ।ଜିରା ଜୁସ୍

ଜିରା ମେଟାବୋଲିଜିମ୍ ବଢ଼ାଇବାରେ ସାହାଯ୍ୟ କରିଥାଏ। ମେଟାବୋଲିଜିମ୍ ଯେତେ ବଢ଼େ ଓଜନ ସେତେ କମିଥାଏ। ଏହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ପେଟର ଚର୍ବି କମ୍ କରିବା ପାଇଁ ଗୋଟିଏ ଚାମଚ ଜିରାକୁ ଏକ ଗ୍ଲାସ୍ ପାଣିରେ ରାତି ସାରା ଭିଜାଇ ଦିଅନ୍ତୁ। ସକାଳୁ ଉଠି ଖାଲି ପେଟରେ ଏହି ପାଣି ପିଅନ୍ତୁ। ଏହା ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିବ।BGU

Comment