ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ନୂଆ ବିମାନ ବନ୍ଦର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି ମୋଦୀ ସରକାର। ୨୦୨୪ ସୁଦ୍ଧା ଦେଶରେ ଆଉ ୧୦୦ଟି ନୂଆ ବିମାନ ବନ୍ଦର ନିର୍ମାଣ କରିବାକୁ ମୋଦୀ ସରକାର ଯୋଜନା କରୁଛନ୍ତି।

ଗତ ସପ୍ତାହରେ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ। ଏହି ବୈଠକରେ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିଅନ ଡଲାରରେ କିପରି ପହଞ୍ଚାଯିବ ସେ ଉପରେ ଆଲୋଚନା ହୋଇଥିଲା। ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଆଗକୁ ନେବା ପାଇଁ ମୋଦୀ ସରକାର ଭିତ୍ତିଭୂମି ସୁଦୃଢ଼ ଏବଂ ନୂଆ ବିମାନ ବନ୍ଦର ନିର୍ମାଣ ଉପରେ ଗୁରୁତ୍ୱ ଦେଇଥିଲେ। ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ଆଗାମୀ ୫ ବର୍ଷ ଭିତରେ ୭୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ।

୩ ବର୍ଷ ତଳେ ଭାରତରେ ୪୫୦ ରନୱେ ମଧ୍ୟରୁ ମାତ୍ର ୭୫ଟି କାର୍ଯ୍ୟକ୍ଷମ ହୋଇଥିଲା। ଏବେ ଉଡ଼ାଣ ଯୋଜନା ମାଧ୍ୟମରେ ନୂଆ ଏୟାରପୋର୍ଟ ନିର୍ମାଣ ଚାଲିଛି।

LEAVE A REPLY

Please enter your comment!
Please enter your name here