ଓଡ଼ିଶାଲାଇଭ୍ ବ୍ୟୁରୋ

ଭାଗ ଭାଗ ହୋଇ ଗଡ଼ିଲା ବିଶାଖା ଏକ୍ସପ୍ରେସ୍‌। ଟ୍ରେନ୍‌ଟି ଯାଉଥିବା ବେଳେ ତାର ଦୁଇ ବଗି ଅଲଗା ହୋଇଯାଇଥିଲା।

ଏକ୍ସପ୍ରେସ୍‌ଟି ଭୁବନେଶ୍ୱରରୁ ସିକନ୍ଦରାବାଦ୍‌ ଯିବା ବେଳେ ବାଲୁଗାଁ ଷ୍ଟେସନ୍‌ଠାରେ ଦୁଇ ଭାଗ ହୋଇଗଲା। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଥିଲା।

ଏହି ଘଟଣାକୁ ପୂର୍ବତଟ ରେଲଓ୍ୱେ କର୍ତ୍ତୃପକ୍ଷ ସ୍ୱୀକାର କରି କହିଛନ୍ତି ଯେ, ଟ୍ରେନ୍‌ର ଦୁଇ ବଗି ମଧ୍ୟରେ ଲକିଂ ସିଷ୍ଟମ୍‌ରେ ତ୍ରୁଟି ଥିବାରୁ ଅଲଗା ହୋଇଯାଇଛି। କିନ୍ତୁ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି।

Comment