ଓଡ଼ିଶାଲାଇଭ ବ୍ୟୁରୋ

ବିଲେଇ ଜଗିଛି ମାଛ ଦୋକାନ। ଏପରି ଦୃଶ୍ୟ କେହି ନ ଦେଖିଲେ ବିଶ୍ଵାସ କରିପାରିବେ ନାହିଁ। ଏପରି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସଗର ଗ୍ରାମରେ। ତେବେ ଏଭଳି ଘଟଣାକୁ ନେଇ ବର୍ତ୍ତମାନ ବିଲେଇ କାର୍ତ୍ତିକ ମାସ କରିଛି ବୋଲି ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।

ମାଲିକ ମାଛ ଦୋକାନ କରିଥିବା ବେଳେ ବିଲେଇ ଦୋକାନ ଜଗିଛି। ମାଲିକ ଚା ପିଇବାକୁ  ଯାଇଥିବା ବେଳେ ପୋଶା ବିଲେଇ ଦୋକାନ ଜଗିଥିଲା। ଆମିଶ ବିଲେଇର ପ୍ରିୟ ଆହାର ହୋଇଥିବା ବେଳେ ମଣିଷଠାରୁ ବିଲେଇ ଅଧିକ ବିଶ୍ୱସ୍ଥ ହୋଇଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

Comment