ଓଡ଼ିଶାଲାଇଭ୍ ବ୍ୟୁରୋ
ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ସାଧାରଣତନ୍ତ୍ର ଦିବସ ଆସନ୍ତା ବର୍ଷ ଜାନୁଆରି ୨୬ରେ ପାଳିତ ହେବ। ଆସନ୍ତା ସାଧାରଣତନ୍ତ୍ର ଦିବସରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ଆଗାମୀ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପସ୍ଥିତ ରହିଥାନ୍ତେ। ହେଲେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ଭାରତ ଆସି ପାରୁ ନାହାନ୍ତି। ଏଭଳି ସ୍ଥିତିରେ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ କରାଯାଇଛି।
ଯଦି ବୋଲସୋନାରୋଙ୍କ ଗସ୍ତ ଚୂଡ଼ାନ୍ତ ହୁଏ, ତେବେ ବ୍ରାଜିଲ ତୃତୀୟ ରାଷ୍ଟ୍ରପତି ଭାବେ ସେ ଭାରତର ସାଧାରଣତନ୍ତ୍ର ଦିବସରେ ଉପସ୍ଥିତ ରହିବେ। ଏହାପୂର୍ବରୁ ୧୯୯୬ ମସିହାରେରେ ତତ୍କାଳୀନ ବ୍ରାଜିଲ ରାଷ୍ଟ୍ରପତି ହେନରୀ କାର୍ଡୋସୋ ଏବଂ ୨୦୦୪ରେ ତତ୍କାଳୀନ ରାଷ୍ଟ୍ରପତି ଲୁଲା ଦା ସଲ୍ଭା ଭାରତର ସାଧାରଣତନ୍ତ୍ର ଦିବସରେ ଉପସ୍ଥିତ ଥିଲେ।