ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ର ଦିବସ ପରେଡ ଅବସରରେ ନୂଆଦିଲ୍ଲୀ ରାଜପଥରେ ଗଡ଼ିଲା ଲିଙ୍ଗରାଜଙ୍କ ରୁକୁଣା ରଥ। ଏହି ପ୍ରଜ୍ଞାପନ ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହ ରୁକୁଣା ରଥର ଝଲକ ଦେଖିବାକୁ ମିଳିଛି।

ନୂଆଦିଲ୍ଲୀରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ। ଏହି ମେଢ଼ରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ସହ ରୁକୁଣା ରଥର ଝଲକ ଦେଖିବାକୁ ମିଳିଛି। ରଥ ଗଡ଼ିବା ବେଳେ ଓଡ଼ିଶୀ ନୃତ୍ୟ ସହ ଓମ୍‌ ନମ୍ଃ ଶିବାୟ ସଙ୍ଗୀତରେ ଗୁଞ୍ଜରୀ ଉଠିଥିଲା ଦିଲ୍ଲୀ ରାଜପଥ। ଏଥର ଗଣତନ୍ତ୍ର ଦିବସ ପରେଡ ଅବସରରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଥିଲା।

ଓଡ଼ିଶାର ଏହି ପ୍ରଜ୍ଞାପନ ମେଢ଼କୁ ଶିଳ୍ପୀ ଗଜେନ୍ଦ୍ର ସାହୁ ନିର୍ମାଣ କରିଛନ୍ତି। ଏହାର ଲମ୍ବ ୬୫ ଫୁଟ୍ ରହିଥିବାବେଳେ, ଉଚ୍ଚତା ୧୬ ଫୁଟ୍ ଓ ଓସାର ୧୪ ଫୁଟ୍ ରହିଛି। ଏଥିସହିତ ମେଢ଼ ପାଇଁ ୬୫ ସେକେଣ୍ଡର ଏକ ଗୀତ ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ମେଢ଼ରେ ଏକ ରୁକୁଣା ରଥକୁ ସୁନ୍ଦର ଭାବେ ସ୍ଥାନିତ କରାଯିବା ସହ ପ୍ରଜ୍ଞାପନ ମେଢ଼ରେ ଶିବଙ୍କ ବାହନ ବୃଷଭ ମଧ୍ୟ ରହିଥିଲେ।

ଏଥିସହିତ ଏକାଦଶ ଶତାବ୍ଦୀର ଐତିହ୍ୟ ଲିଙ୍ଗରାଜ ମନ୍ଦିରର ଝଲକ ମଧ୍ୟ ଏଥିରେ ଦେଖିବାକୁ ମିଳିଥିଲା। ପ୍ରଜ୍ଞାପନ ମେଢ଼କୁ ପାରମ୍ପରିକ ଓଡ଼ିଶୀ ସଙ୍ଗୀତ ଆଧାରରେ ପ୍ରସ୍ତୁତ କରାଯାଇଥିଲା।

୭୧ତମ ଗଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର ରାଜପଥରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ପତାକା ଉତ୍ତୋଳନ କରିବା ପରେ ରାଜପଥରେ ପରେଡ ଆରମ୍ଭ ହୋଇଥିଲା।

ରାଷ୍ଟ୍ରପତିଙ୍କ ସହ ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ, ବ୍ରାଜିଲ୍ ରାଷ୍ଟ୍ରପତି ବୋଲସନାରୋ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପସ୍ଥିତ ରହିଥିଲେ।

Comment