ଓଡ଼ିଶାଲାଇଭ୍ ବ୍ୟୁରୋ

ସନ୍ତାକାଲି, ଶୁକ୍ରବାର ଦିନ ମହାଶିବରାତ୍ରୀ। ଏଥିପାଇଁ ସମସ୍ତ ଶିବ ମନ୍ଦିରରେ ଜୋରଦାର ପ୍ରସ୍ତୁତି ଚାଲିଛି। ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଜାଗର ଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି ରାତି ୧୦ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ମହାଦୀପ ଉଠିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି।

ମହାଶିବରାତ୍ରୀରେ ମନ୍ଦିରରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବାକୁ ଚୂଡ଼ାନ୍ତ ହୋଇଛି। ଶୁକ୍ରବାର ଭୋର ୩ଟାରୁ ୩ଟା ୩୦ ମିନିଟ ମଧ୍ୟରେ ମଙ୍ଗଳ ଆଳତୀ ଓ ଅବକାଶ ନୀତି ଅନୁଷ୍ଠିତ ହେବ। ଭୋର ୩ଟା ୩୦ ମିନିଟରୁ ଦିନ ୧୧ଟା ଯାଏଁ ସାହାଣମେଲା ଦର୍ଶନ ହେବ। ସେହିପରି ଦିନ ୧୨ଟାରୁ ୧୨ଟା ୪୫ ମିନିଟ ପର୍ଯ୍ୟନ୍ତ ମହାସ୍ନାନ ଓ ବେଶ ନୀତି ଅନୁଷ୍ଠିତ ହେବ। ଦିନ ୧୨ଟା ୪୫ ମିନିଟରୁ ୨ଟା ୩୦ ମିନିଟ ଯାଏଁ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା ଓ ଶ୍ରୀଜିଉଙ୍କ ସକାଳ ଧୂପ ଅନୁଷ୍ଠିତ ହେବ।

ଦିନ ୨ଟା ୪୫ ମିନିଟରୁ ୩ଟା ୪୫ ମିନିଟ ଭୋଗ ମଣ୍ଡପ, ସନ୍ଧ୍ୟା ୭ଟା ୧୦ ମିନିଟରୁ ୭ଟା ୩୦ ମିନିଟ ମଧ୍ୟରେ ସନ୍ଧ୍ୟା ଆଳତୀ, ୭ଟା ୩୦ ମିନିଟରୁ ୮ଟା ୧୦ ମିନିଟ ଶ୍ରୀଜିଉଙ୍କ ମାଜଣା ନୀତି, ରାତି ୮ଟା ୧୦ ମିନଟରୁ ୮ଟା ୫୫ ମିନିଟ ଶ୍ରୀଜିଉଙ୍କ ଯାତ୍ରା ପୂଜା ଓ ବେଢ଼ା ନୀତି, ୮ଟା ୫୫ ମିନିଟରୁ ରାତି ୧୦ଟା ଶ୍ରୀଜିଉଙ୍କ ସନ୍ଧ୍ୟାଧୂପ ଓ ତୀର୍ଥଜଳ ଅନୟନ ଓ ରାତି ୧୦ଟାରେ ମହାଦୀପ ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ଜାଗର ସମୟରେ କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ଲାଗି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Tags: #MahaShivratri #Mahadeep #LingarajTemple #Bhubaneswar #Odisha

Comment