ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ପବିତ୍ର ଅଶୋକାଷ୍ଟମୀ ଅବସରରେ ଅନୁଷ୍ଠିତ ହେଉଛି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏଥିଲାଗି ଉତ୍ସବମୁଖର ଏକାମ୍ରକ୍ଷେତ୍ର ଭୁବନେଶ୍ଵର। ରଥ ପ୍ରସ୍ତୁତ, ରଥ ପଥ ବି ପ୍ରସ୍ତୁତ ଏବଂ ରୁକୁଣା ରଥ ଟାଣିବାକୁ ଉତ୍ସାହର ସହ ଚାହିଁ ରହିଛନ୍ତି ଭକ୍ତ।

ମଙ୍ଗଳବାର ଦିନ ଅଶୋକାଷ୍ଟମୀ ପରମ୍ପରା ଏବଂ ରୀତିନୀତି ଅନୁଯାୟୀ ଗଡ଼ିବ ରୁକୁଣା ରଥ। ଏଥିଲାଗି ଭୋର ୫ଟାରୁ ଶ୍ରୀ ଲିଙ୍ଗରାଜ ମନ୍ଦିର ଦ୍ୱାର ଖୋଲାଯାଇ ନୀତିକାନ୍ତି ହୋଇଥିଲା। ମଙ୍ଗଳ ଆଳତି, ଅବକାଶ ପରେ ସାହାଣ ମେଲା ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଥିଲା।

ନୀତି ଅନୁସାରେ ମଙ୍ଗଳବାର ଦିନ ୧୨ଟାରେ ମଧ୍ୟାହ୍ନ ଆଳତି, ୨ଟାରେ ଭୋଗ ଲାଗି ଓ ପହଣ୍ଡି ପରେ ଦିନ ୩ଟା ୩୦ରୁ ରଥ ଟଣା ଆରମ୍ଭ କରିବାକୁ ସମୟ ଧାର୍ଯ୍ୟ ହୋଇଛି। ସନ୍ଧ୍ୟା ୭ଟା ସୁଦ୍ଧା ରାମେଶ୍ୱର ମନ୍ଦିର ନିକଟରେ ରଥ ପହଞ୍ଚିବ। ଏହାପରେ ଏପ୍ରିଲ ୨୦ ତାରିଖରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ।

ରୁକୁଣା ରଥଯାତ୍ରାରେ ଅନେକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅନେକ ପୋଲିସକର୍ମୀ ନିୟୋଜିତ ହୋଇଛନ୍ତି। ଏହାସହ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି। 

Tags: #RukunaRathaJatra #LingarajTemple #Ashokastami #Festival #Culture #Odisha

LEAVE A REPLY

Please enter your comment!
Please enter your name here