ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ାରେ ସାଂସଦ ଅନୁଭବ ମହାନ୍ତିଙ୍କ ଓଟିଭି ସମ୍ଵାଦିକଙ୍କୁ ଦୁର୍ବ୍ୟବହାରକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛି ସାମ୍ଵାଦିକ ସଂଘ। ଏନେଇ ଭୁବନେଶ୍ଵର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ କଡ଼ା ପ୍ରତିବାଦ କରାଯାଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାଂସଦ ଅନୁଭବ ମହାନ୍ତି କ୍ଷମା ମାଗିବା ସହିତ ଆସନ୍ତା ବିଧାନସଭା ଅଧିବେଶନରେ ସାମ୍ଵାଦିକ ସୁରକ୍ଷା ବିଲ୍‌ ଆଣିବାକୁ ଦାବି କରାଯାଇଛି।

କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ ଅଫିସ୍‌ ବାହାରେ ଅନୁଭବ ମହାନ୍ତି ଓଟିଭିର ଜଣେ ସାମ୍ଵାଦିକଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା। ଏହାର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଥିଲା। ଏଥିରେ ଅନୁଭବ ମହାନ୍ତି ବୁମ୍‌କୁ ଠେଲି, ସାମ୍ଵାଦିକଙ୍କୁ ପାଖକୁ ଭିଡ଼ି ଆଣିଥିଲେ। ପରେ ସାମ୍ଵାଦିକଙ୍କୁ ତାତ୍ସଲ୍ୟ କରି ଅନୁଭବ ଓ ତାଙ୍କ ସମର୍ଥକ ତାଳି ମାରିବାର ଦେଖାଯାଇଥିଲା।

କିଛିଦିନ ହେବ ଅନୁଭବ ମହାନ୍ତି ଅନେକ ବିବାଦ ଦେଇ ଗତି କରୁଛନ୍ତି। ପୂର୍ବରୁ ଜଣେ ମହିଳା ତାଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ। ପରେ ତାଙ୍କ ପଡ଼ୋଶୀ ଛାତ୍ର ବିଜେଡି ନେତା ମନଜିତ ଦାସଙ୍କ ସହ ମଧ୍ୟ ବିବାଦ ହୋଇଥିଲା।

LEAVE A REPLY

Please enter your comment!
Please enter your name here