ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡ୍ନାବିସ୍। ରାଜ୍ୟପାଳଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦେଇଛନ୍ତି। ବିଧାନସଭା କାର୍ଯ୍ୟକାଳ ସରିବା ଗୋଟିଏ ଦିନ ପୂର୍ବରୁ ଦେବେନ୍ଦ୍ର ଫଡ୍ନାବିସ୍ ଶୁକ୍ରବାର ଇସ୍ତଫା ଦେଇଛନ୍ତି।
ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ଏନେଇ ଛିଡୁନି ବିବାଦ। ବିଧାନସଭା କାର୍ଯ୍ୟକାଳ ଶନିବାରକୁ ଶେଷ ହେଉଥିବା ବେଳେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିଏ ହେବ ତାହା ଚୟନ ହୋଇପାରି ନାହିଁ। ଗୋଟିଏ ପଟେ ଶିବସେନା ତା’ର ଫିପ୍ଟି-ଫିପ୍ଟ ଫର୍ମୁଲାରେ ଜିଦ୍ ଧରି ବସିଥିବା ବେଳେ ଅନ୍ୟପଟେ ବିଜେପି ଶିବସେନା ସହ ମୁଖ୍ୟମନ୍ତ୍ରୀ ପଦ ବାଣ୍ଟିବାକୁ ଚାହୁଁ ନାହିଁ।
ତେବେ ଏଭଳି ପରିସ୍ଥିତିରେ କିଏ ହେବ ମୁଖ୍ୟମନ୍ତ୍ରୀ ତାହା ସ୍ପଷ୍ଟ ହୋଇପାରିନାହିଁ। ଯଦି ଏଭଳି ବିବାଦର ଆଗକୁ ଲାଗି ରହେ ତେବେ ରାଜ୍ୟରେ ରାଷ୍ଟ୍ରପତି ଶାସନ ମଧ୍ୟ ଲାଗୁ ହୋଇପାରେ।


















