ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ଅଧିକ ସଂଖ୍ୟାରେ ଆପଣ ତିନୋଟି ବ୍ଲେଡ୍ ଥିବା ଫ୍ୟାନ ଦେଖିଥିବେ। ଏହାର କାରଣ ହେଲା ୩ଟି ବ୍ଲେଡ ଥିବା ଫ୍ୟାନରେ ଅଧିକ ପବନ ହୁଏ। ଯେହେତୁ ଅନ୍ୟ ଦେଶ ତୁଳନାରେ ଭାରତରେ ଅଧିକ ଗରମ ଅନୁଭୂତ ହୁଏ ସେଥିପାଇଁ ଭାରତରେ ୩ଟି ବ୍ଲେଡ ଥିବା ଫ୍ୟାନ ଅଧିକ ବ୍ୟବହାର କରାଯାଏ।

ତିନୋଟି ବ୍ଲେଡ୍ ଥିବା ଫ୍ୟାନ ଅଧିକ ପରିମାଣର ପବନ ଦେବା ସହ ବିଦ୍ୟୁତ ବିଲ୍ କମ୍ ରଖିଥାଏ। ତେଣୁ ଏହି ଫ୍ୟାନର ବ୍ୟବହାର ବହୁଳ ଭାବରେ ହୋଇଥାଏ।

ତେବେ କେତେକ ସ୍ଥାନରେ ୩ରୁ ଅଧିକ ସଂଖ୍ୟକ ବ୍ଲେଡ୍ ଥିବା ଫ୍ୟାନ ମଧ୍ୟ ଆପଣ ଦେଖିଥିବେ। ଏହି ଫ୍ୟାନ ମୁଖ୍ୟତଃ ଯେଉଁ ଘରେ ଏସି ଥାଏ ସେହି ଘରମାନଙ୍କରେ ଦେଖିବାକୁ ମିଳିଥାଏ। ଫ୍ୟାନରେ ଅଧିକ ସଂଖ୍ୟକ ବ୍ଲେଡ୍ ରହିବା ଦ୍ୱାରା ଏହା ଏସି ପବନକୁ ଚାରିପଟକୁ ଅତି ସହଜରେ ଖେଳାଇ ଦେଇଥାଏ। ତେଣୁ ଏହି ଭଳି ଫ୍ୟାନକୁ ଏହି କାର୍ଯ୍ୟ ପାଇଁ ବ୍ୟବହାର କରାଯାଇଥାଏ।

Comment