ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ ହେଉକି ଆମେରିକା ସମସ୍ତଙ୍କ ଘରେ ପଙ୍ଖା ବ୍ୟବହାର ହୋଇଥାଏ। ଭାରତର ପ୍ରାୟ ସମସ୍ତଙ୍କ ଘରେ ଲାଗିଥିବା ଫ୍ୟାନରେ ତିନିଟି ପଙ୍ଖା ରହିଥାଏ। ଅନ୍ୟପଟେ ବିଦେଶରେ ଚାରିଟି ବ୍ଲେଡ ଥିବା ପଙ୍ଖା ବ୍ୟବହାର ହୋଇଥାଏ। କିନ୍ତୁ କେବେ ଜାଣିଛନ୍ତି କି ସିଲିଂ ଫ୍ୟାନର ପଙ୍ଖାରେ ଲାଗିଥିବା ବ୍ଲେଡ ସଂଖ୍ୟା କାହିଁକି କମ୍ କିମ୍ବା ଅଧିକ ହୋଇଥାଏ। ଏଭଳି କାରଣ ପ୍ରାୟତଃ ସମସ୍ତଙ୍କୁ ଜଣାନଥିବ।

ଆମେରିକା, ରୁଷ  ଭଳି ଥଣ୍ଡା ଦେଶର ଲୋକମାନେ ନିଜ ନିଜ ଘରେ ୪ ବ୍ଲେଡ ଥିବା ପଙ୍ଖା ବ୍ୟବହାର କରିଥାନ୍ତି। କାରଣ ସେଠାକାର ଲୋକଙ୍କ ପାଖରେ ଏୟାର କଣ୍ଡିସନର ରହିଥାଏ। ସେଥିପାଇଁ ପଙ୍ଖା ବଦଳରେ ଏସିକୁ ଅଧିକ ବ୍ୟବହାର କରନ୍ତି।

ଭାରତରେ ପଙ୍ଖାର ବ୍ୟବହାର ଥଣ୍ଡା ପବନ ପାଇଁ ବ୍ୟବହାର କରିଥାନ୍ତି। ଯାହା ଗରମ ସମୟରେ ଅଧିକ ଆରାମ  ଦେଇଥାଏ। ଚାରି ବ୍ଲେଡ ପଙ୍ଖା ବଦଳରେ ତିନି ବ୍ଲେଡ ପଙ୍ଖା ଅଧିକ ହାଲକା ହେବା ସହ ଅଧିକ ଜୋରରେ ବହିଥାଏ। ସେଥିପାଇଁ ଭାରତରେ ଅଧିକରୁ ଅଧିକ ତିନି ବ୍ଲେଡ ପଙ୍ଖା ବ୍ୟବହାର କରାଯାଇଥାଏ।

ଚାରି ବ୍ଲେଡ ପଙ୍ଖା ବଦଳରେ ତିନି ବ୍ଲେଡ ପଙ୍ଖା ଦ୍ୱାରା ଅଧିକ ବିଜୁଳି ସଞ୍ଚୟ ହୋଇଥାଏ। ଛୋଟ ଛୋଟ ଘରେ ତିନି ବ୍ଲେଡ ପଙ୍ଖା ଅଧିକ ଫାଇଦା ଦେଇଥାଏ। ଏହାର ଘରର ଚାରିକଣ ପର୍ଯ୍ୟନ୍ତ ପବନ ହୋଇଥାଏ। ଏହାଛଡ଼ା ଚାରି ବ୍ଲେଡ ପଙ୍ଖା ଅପେକ୍ଷା ତିନି ବ୍ଲେଡ ପଙ୍ଖାର ଦାମ ମଧ୍ୟ କମ୍ ରହିଥାଏ।

Comment