ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ରରେ ଚାଲିଥିବା ମହାପାଲାକୁ ନେଇ ପ୍ରଥମଥର ପାଇଁ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ମୁହଁ ଖୋଲିଛନ୍ତି। ମହାରାଷ୍ଟ୍ରରେ ବିଜେପି କାହାକୁ ଧୋକା ଦେଇନି ବୋଲି କହିଛନ୍ତି ଅମିତ୍ ଶାହ।
“ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ହେବେ ବୋଲି ମୁଁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ସର୍ବସାଧାରଣ ସଭାରେ ପ୍ରକାଶ କରିଥିଲେ। ହେଲେ ଶିବସେନାର ଏହି ନୂଆ ସର୍ତ୍ତ ବିଜେପି ପାଇଁ ଗ୍ରହଣୀ ନୁହେଁ” ବିଜେପି ଅଧ୍ୟକ୍ଷ ଅମିତ୍ ଶାହ କହିଛନ୍ତି।
ଅମିତ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଗଠନ କରିବାରେ ପ୍ରତ୍ୟେକ ଦଳକୁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି। ରାଜ୍ୟରେ ସରକାର ଗଠନ ପାଇଁ ୧୮ ଦିନ ସମୟ ଦିଆଯାଇଥିଲା। ହେଲେ ଉକ୍ତ ସମୟ ମଧ୍ୟରେ ଶିବସେନା, ଏନ୍ସିପି କିମ୍ବା କଂଗ୍ରେସ ସରକାର ଗଠନ କରିବାରେ ଅସମର୍ଥ ହୋଇଥିଲେ। ତେଣୁ ରାଜ୍ୟପାଳ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିଶ କରିଥିଲେ।”
ତେବେ ଆଜି ବି ଯଦି କୌଣସି ଦଳ ପାଖରେ ସଂଖ୍ୟାଗରିଷ୍ଠତା ରହିଛି ତେବେ ରାଜ୍ୟପାଳଙ୍କ ସହ ସମ୍ପର୍କ କରିବାକୁ ପରାମର୍ଶ ଦେଇଛନ୍ତି ଅମିତ ଶାହ। ରାଜ୍ୟପାଳ କାହାକୁ ମଉକା ଦେବାକୁ ମନା କରିନାହାଁନ୍ତି ବୋଲି ସେ କହିଛନ୍ତି।
ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟ ଭାଙ୍ଗିବା ପରେ ବିଜେପି ସରକାର ଗଢ଼ିପାରିବନି ବୋଲି ଘୋଷଣା କରିଥିଲା। ସେହିପରି ଶିବସେନା ମଧ୍ୟ ଅନ୍ୟ କୌଣସଇ ଦଳ ସହ ମିଳି ଓରକାର ଗଢ଼ିବାରେ ଅସମର୍ଥ ହେବାକୁ ମଙ୍ଗଳବାର ରାଜ୍ୟପାଳ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ସୁପାରିଶ କରିଥିଲେ। ଏହାକୁ କେନ୍ଦ୍ର କ୍ୟାବିନେଟ୍ରେ ମଞ୍ଜୁରି ମିଳିବା ପରେ ମଙ୍ଗଳବାର ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା।