ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ବୁଲବୁଲର କ୍ଷୟକ୍ଷତି ଅନୁଧ୍ୟାନ ପାଇଁ ଶୁକ୍ରବାର କେନ୍ଦ୍ରିୟ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି। କେନ୍ଦ୍ରିୟ ଟିମ୍‌ ରାଜନଗର ତାଳଚୁଆର ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ କରିଛନ୍ତି।

ଗୁରୁବାର କେନ୍ଦ୍ରୀୟ ଟିମ୍ ଭଦ୍ରକ ଜିଲ୍ଲା ପରିଦର୍ଶନରେ ଯାଇଥିଲେ। ଆଜି ମଧ୍ୟ କେନ୍ଦ୍ରିୟ ଟିମ୍‌ର କିଛି ସଦସ୍ୟ ଭଦ୍ରକରେ ସ୍ଥିତି ଅନୁଧ୍ୟାନ କରୁଛନ୍ତି।

କ୍ଷୟକ୍ଷତିର ଅନୁଧ୍ୟାନ କରିବା ପରେ କେନ୍ଦ୍ରୀୟ ଟିମ୍ ଶୁକ୍ରବାର ଅପରାହ୍‌ଣରେ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକ କରି ଆଲୋଚନା କରିବ।

Comment