ଓଡ଼ିଶାଲାଇଭ ବ୍ୟୁରୋ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରଗୁଡ଼ା ନିକଟସ୍ଥ କାଜୁ ମିଲ ପଛ ପଟେ ଥିବା ଏକ ଗଛରେ ବେକରେ ରଶି ଦେଇ ଯୁବକ ଯୁବତୀ ଆତ୍ମହତ୍ୟା କରିଛନ୍ତି। ଯୁବକ ଜଣକ ହେଲେ ନୂଆ କୁନ୍ଦ୍ରଗୁଡ଼ାର ରଘୁନାଥ ଗୌଡ଼ ଓ ଯୁବତୀ ଜଣକ ଲଷ୍ମୀ ଗୌଡ଼ ବୋଲି ଜଣାପଡିଛି।

ଶନିବାର ରାତିରେ ରଘୁନାଥ ଖାଇ ଘରୁ ବାହାରି ଥିଲା। ପରେ ରାତିରେ ଆଉ ଘରକୁ ଫେରି ନଥିଲା। ଆଜି ସକାଳୁ ସକାଳୁ କିଛି ଗାଈ ଚରାଳି ଗାଁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି।

Comment