ଗାୟତ୍ରୀ ଦାସ

ଆମ ଓଡ଼ିଶାରେ କଦଳୀ ଏକ ମୁଖ୍ୟ ଉତ୍ପାଦନକାରୀ ପରିବା। ସେ କଞ୍ଚା ହେଉ ବା ପାଚିଲା, କଦଳୀର ଉପକାରିତା ଅନେକ। ଆଜି ଆମେ ପ୍ରସ୍ତୁତ କରିବା ଏହି କଦଳୀ ଗଛର ଏକ ଭିନ୍ନ ଉପାଦାନ କଦଳୀଭଣ୍ଡାର ତରକାରୀ।

ସାମଗ୍ରୀ

  • କଦଳୀଭଣ୍ଡା – ୧ଟି
  • ଆଳୁ – ୩/୪ଟି
  • ଟମାଟୋ – ୧ ବଡ଼
  • ଜିରାଗୁଣ୍ଡ – ୧ ଚା’ ଚାମଚ
  • ଧନିଆଗୁଣ୍ଡ – ୧ ଚା’ ଚାମଚ
  • ଲଙ୍କାଗୁଣ୍ଡ – ୧ ଚା’ ଚାମଚ
  • ହଳଦୀଗୁଣ୍ଡ – ୨ ଚା’ ଚାମଚ
  • ଲୁଣ – ସ୍ୱାଦ ଅନୁସାରେ
  • ଚିକେନ୍‌ ମସଲା ପାଉଡର – ୧ ବଡ଼ ଚାମଚ
  • ଗରମ ମସଲା – ୧ ଚାମଚ,
  • ରାନ୍ଧିବା ପାଇଁ ସୋରିଷ ତେଲ

ପ୍ରଥମେ ଭଣ୍ଡାରେ ଥିବା ସୁରୁ ସରୁ କାଠି, ଯାହାର ଅଗ୍ରଭାଗରେ ହଳଦିଆ ବଲ୍ ପରି ଲାଗିଥାଏ। ତା’କୁ ଅଲଗା କରିଦେବା। ଏମିତି ଧୀରେ ଧୀରେ ସବୁ ଭଣ୍ଡାର ଫୁଲରୁ ଏହି କାଠିଗୁଡ଼ିକ କାଢ଼ିଦେବା। ଲୁଣ ପାଣିରେ ହାତ ବୁଡ଼ାଇ ଏଗୁଡ଼ିକ କାଢ଼ିବା ନଚେତ ହାତ କଳାପଡ଼ିଯିବ। ତା’ ପରେ ତା’କୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟିଦେବା।

ଏହାକୁ ପ୍ରେସର କୁକର୍‌ରେ ଲୁଣ ଓ ହଳଦୀ ପକାଇ ଗୋଟେ ସିଟି ମାରିବା ଯାଏଁ ଶିଝାଇବା। କରେଇରେ ତେଲ ଗରମ କରି ଚାମଚେ ଚିନି ପକାଇବା, ଚିନି ଲାଲ ହୋଇଗଲା ପରେ ସେଥିରେ ଗୋଟେ ପିଆଜର ବଟା ଦେବା। ପିଆଜ ଭାଜି ହୋଇଯିବା ପରେ ସେଥିରେ, ପିଆଜ, ରସୁଣ ଓ ଅଦାବଟାର ବଡ଼ ଚାମଚ ଦେବା। ତା’ ପରେ ସେଥିରେ ଜିରାଗୁଣ୍ଡ, ଧନିଆଗୁଣ୍ଡ, ଲଙ୍କାଗୁଣ୍ଡ, ଲୁଣ, ହଳଦୀ ଓ ଅଳ୍ପ ୧ ଚାମଚ ଚିକେନ୍‌ ମସଲା ଦେଇ କଷିଦେବା।

ପରେ ସେଥିରେ ଗୋଟିଏ ବଡ଼ ଟମାଟୋ ଛୋଟ ଛୋଟ କରି କାଟି ପକାଇଦେବା, କଷି ହୋଇଗଲେ, ମସଲାରୁ ତେଲ ଛାଡ଼ିଯିବ। ପରେ ସେଥିରେ ସିଝାଭଣ୍ଡା ଓ ସିଝା ଆଳୁ ୨ରୁ ୩ଟି କାଟି ବେଶୀ ପାଣିଆ ଯେପରି ନ ହୁଏ ଜୁକୁଜୁକିଆ ହେଲାପରି ପାଣି ରଖି କାଢ଼ିଦେବା। ଉପରେ ଧନିଆପତ୍ର ଛୋଟ ଛୋଟ କରି କାଟି ସଜାଇ ଦେବା। ପ୍ରସ୍ତୁତ ହୋଇଥିବା କଦଳୀ ଭଣ୍ଡା ତରକାରୀ, ଏହା ପାଟିକୁ ଯେମିତି ସ୍ୱାଦ ଦେହକୁ ସେମିତି ଉପକାରୀ।

Comment