ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଜରରେ ପୋଟାସିୟମ୍‌, ଭିଟାମିନ୍‌ ଏ, ଭିଟାମିନ୍‌ ଇ ଭଳି ପୋଷକ ତତ୍ୱ ଭରି ରହିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେଇଥାଏ। ଆସନ୍ତୁ ଜାଣିବା ଗାଜରରେ ପ୍ରସ୍ତୁତ ଖିରି, ଯାହା ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର।

ଆବଶ୍ୟକୀୟ ସାମଗ୍ରୀ – ଗାଜର ଅଧ କିଲୋ, ଗୋଟେ ଚାମଚ ଘିଅ, ଗୋଟେ ଚାମଚ ଚିନି, କିସ୍‌ମିସ୍‌ ୧୦ ଗ୍ରାମ୍‌, କାଜୁ – ୧୦ ଗ୍ରାମ୍‌, ଗୁଜୁରାତି ୩ଟି, କ୍ଷୀର – ୩କପ୍‌।

ପ୍ରଣାଳୀ-

ଗାଜରକୁ ଧୋଇ କୋରି ଦିଅନ୍ତୁ। ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ପ୍ୟାନ୍‌ ଗରମ ହୋଇଗଲା ପରେ ଏଥିରେ ଗୋଟେ ଚାମଚ ଘିଅ ପକାନ୍ତୁ। ଘିଅ ଗରମ ହୋଇଗଲା ପରେ ଏବେ ଗାଜର ପକାନ୍ତୁ। ଗାଜର ଭଲ ଭାବରେ ଭାଜି ହୋଇଗଲା ପରେ ଗ୍ୟାସ୍‌ର ଜାଳ କମ୍‌ କରି ସେଥିରେ ଚିନି ପକାନ୍ତୁ। ମଝିରେ ମଝିରେ ଗାଜରକୁ ଲେଉଟାନ୍ତୁ ଫଳରେ ଗାଜର ପ୍ୟାନ୍‌ରେ ଲାଗିବନି।

ଏବେ ଏଥିରେ କ୍ଷୀର ପକାଇ ଅଳ୍ପ ଜାଳରେ ଫୁଟିବାକୁ ଦିଅନ୍ତୁ। ୨୦ ମିନିଟ୍‌ ଯାଏଁ ଫୁଟିବାକୁ ଦିଅନ୍ତୁ। ମଝିରେ ମଝିରେ ଏହାକୁ ଘାଣ୍ଟୁଥିବେ। ଯେମିତି ପ୍ୟାନ୍‌ରେ ଲାଗିବନି। ଏବେ ଏଥିରେ ଗୁଜୁରାତି ଗୁଣ୍ଡ, କିସ୍‌ମିସ୍‌, କାଜୁ ପକାଇ। ଏବେ ପ୍ରସ୍ତୁତ ହୋଇଗଲା ଗାଜର ଖିରି। ଏହାକୁ ଆପଣ ଗରମ ଗରମ ଖାଇପାରିବେ।

Comment