ଓଡ଼ିଶାଲାଇଭ୍‌ ବ୍ୟୁରୋ

ମିଠା ଖାଇବାକୁ କିଏ ବା ନ ପସନ୍ଦ କରେ। ଘରେ ହିଁ ପ୍ରସ୍ତୁତ କରନ୍ତୁ ଏକ ଭିନ୍ନ ପ୍ରକାରର ସୁଆଦିଆ ମିଠା।

ଗ୍ୟାସ୍‌ରେ ଗୋଟେ ପ୍ୟାନ୍‌ ବସାନ୍ତୁ। ଏବେ ଏଥିରେ ଦୁଇ ତିନି ଚାମଚ ରିଫାଇଣ୍ଡ ତେଲ ପକାଇବେ। ତେଲ ଗରମ ହୋଇଗଲା ପରେ ଏବେ ଏଥିରେ ତେଜପତ୍ର ଦୁଇଟି, ଗୁଜୁରାତି ୨ଟି ପକାଇବେ। ଏବେ ଏଥିରେ ୩୦୦ ଗ୍ରାମ୍‌ କଖାରୁକୁ କୋରି ପକାଇବେ। କଖାରୁ ଦୁଇ ତିନି ମିନିଟ୍‌ ଭାଜି ହୋଇଗଲା ପରେ ଏଥିରେ ଆବଶ୍ୟକ ଅନୁଯାୟୀ ଗୁଡ଼ ପକାଇ ମିଶାଇଦେବେ। ଏବେ ଏଥିରେ ମରା କ୍ଷୀରକୁ ପକାଇବେ (ଅଧ ଲିଟର କ୍ଷୀରକୁ ପୁଟାଇ ଫୁଟାଇ ୧୦୦ ଗ୍ରାମ୍‌ କ୍ଷୀର କରିଦେବେ)।

ବର୍ତ୍ତମାନ ସ୍ୱାଦ ଅନୁସାରେ ଲୁଣ ଦେବା। ଏବେ ଏଥିରେ କାଜୁ, ପିସ୍ତା, କିସ୍‌ମିସ୍‌ ମିଶାଇବା। ଏବେ ଗ୍ୟାସ୍‌ର ଜାଳ କମ୍‌ କରି କଖାରୁକୁ ଘାଣ୍ଟୁଥିବେ, ଯେପରି କଖାରୁ  ପ୍ୟାନ୍‌ରେ ଲାଗିବ ନାହିଁ। ଏବେ ଶେଷରେ ୧୫୦ ଗ୍ରାମ୍‌ ଛେନା ପକାଇବେ। ୫ମିନିଟ୍‌ ଯାଏଁ ଏହାକୁ ଘାଣ୍ଟୁଥିବେ। ଏବେ ପ୍ରସ୍ତୁତ ହୋଇଗଲା କଖାରୁର ସୁଆଦିଆ ମିଠା।

Comment