ଓଡ଼ିଶାଲାଇଭ୍‌ ବ୍ୟୁରୋ

ପିଜି ଛାତ୍ରୀଙ୍କୁ ବିଭାଗୀୟ ଅଧିକାରୀ(ଏଚ୍‌ଓଡି)ଙ୍କ ଅସଦାଚରଣ ଅଭିଯୋଗ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ଅନ୍ତର୍ଗତ ଏମ୍‌ପିସି କଲେଜରୁ। ଏହାକୁ ବିରୋଧ କରି କଲେଜ ଗେଟରେ ତାଲା ପକାଇଛନ୍ତି ଉତ୍ତ୍ୟକ୍ତ ଛାତ୍ରାଛାତ୍ରୀ। ଏହାସହ କଲେଜ ପରିସରରେ ଉତ୍ତେଜନା ଦେଖାଦେଇଛି।

ଅଭିଯୋଗ ପରେ ଅଭିଯୁକ୍ତ ଏଚ୍‌ଓଡିଙ୍କୁ ଦାୟିତ୍ଵରୁ ଅବ୍ୟାହତି ସହ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି କଲେଜ ଅଧ୍ୟକ୍ଷା। ଏହାସହ ଉଚ୍ଚଶିକ୍ଷା ବିଭାଗକୁ ମଧ୍ୟ ରିପୋର୍ଟ କରାଯାଇଛି।

ଶୁକ୍ରବାର ଦିନ ଏମ୍‌ପିସି କଲେଜର ଜଣେ ଏଚ୍‌ଓଡି ପିଜିର ଛାତ୍ରଛାତ୍ରୀଙ୍କୁ ସ୍ପେଶାଲ କ୍ଲାସ କରିବାକୁ ଡାକିଥିଲେ। କ୍ଲାସ୍‌ ପରେ ଜଣେ ଛାତ୍ରୀଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ। ହେଲେ ଅଧ୍ୟକ୍ଷା ନଶୁଣିବା ପରେ ଛାତ୍ରଛାତ୍ରୀ କଲେଜରେ ତାଲା ପକାଇଥିଲେ।

Comment