ଓଡ଼ିଶାଲାଇଭ୍ ବ୍ୟୁରୋ

ବାରିପଦା ଏମ୍ପିସି କଲେଜର ପିଜି ଛାତ୍ରୀଙ୍କୁ ବିଭାଗୀୟ ମୁଖ୍ୟଙ୍କ ଅସଦାଚରଣ ଘଟଣାରେ ଅଭିଯୁକ୍ତ ଏଚ୍ଓଡିଙ୍କୁ ଗିରଫ କରିଛି ଟାଉନ ଥାନା ପୋଲିସ। କଲେଜରେ ଲୁଚିଥିବା ଅବସ୍ଥାରେ ଛାତ୍ରଛାତ୍ରୀମାନେ ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି।
ଶୁକ୍ରବାର ଦିନ ଏମ୍ପିସି କଲେଜ ଇଂରାଜୀ ବିଭାଗର ଏଚ୍ଓଡି ପିଜିର ଛାତ୍ରଛାତ୍ରୀଙ୍କୁ ସ୍ପେଶାଲ କ୍ଲାସ କରିବାକୁ ଡାକିଥିଲେ। କ୍ଲାସ୍ ପରେ ଜଣେ ଛାତ୍ରୀଙ୍କୁ ଏକୁଟିଆ ପାଇ ଅସଦାଚରଣ କରିଥିଲେ। ଏନେଇ ଛାତ୍ରୀ ଜଣକ କଲେଜ ଅଧ୍ୟକ୍ଷାଙ୍କୁ ଜଣାଇଥିଲେ।
ଅଧ୍ୟକ୍ଷା ଏହାକୁ ନଶୁଣିବା ପରେ ଛାତ୍ରଛାତ୍ରୀ କଲେଜରେ ତାଲା ପକାଇଥିଲେ। ଫଳରେ କଲେଜରେ ଉତ୍ତେଜନା ଦେଖାଯାଇଥିଲା। ପରେ ଅଧ୍ୟକ୍ଷା ଅଭିଯୁକ୍ତ ଏଚ୍ଓଡିଙ୍କୁ ଦାୟିତ୍ଵରୁ ଅବ୍ୟାହତି ସହ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଉଚ୍ଚଶିକ୍ଷା ବିଭାଗକୁ ମଧ୍ୟ ରିପୋର୍ଟ କରିଥିଲେ।


















