ଓଡ଼ିଶାଲାଇଭ୍ ବ୍ୟୁରୋ

ପାଞ୍ଚ ବର୍ଷ ତଳେ ଆରମ୍ଭ ହୋଇଥିଲା ସ୍ଵଛ ଭାରତ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ନିକଟରେ ଏକ ସର୍ଭେ କରାଯାଇଛି, ଯେଉଁଥିରେ କି ଓଡ଼ିଶାର ସ୍ଥାନ ଅତ୍ୟନ୍ତ ଖରାପ ବୋଲି ଜଣାପଡ଼ିଛି। କେନ୍ଦ୍ର ଜଳ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ସର୍ଭେ ଅନୁସାରେ ସ୍ୱଚ୍ଛତା ଦୃଷ୍ଟିରୁ ଦେଶରେ ଯେତେ ଖରାପ ଜିଲ୍ଲା ଅଛି, ସେଥିମଧ୍ୟରୁ ଓଡ଼ିଶାରେ ସର୍ବାଧିକ ଜିଲ୍ଲା ରହିଛନ୍ତି। ସବା ତଳ ୨୫ ଜିଲ୍ଲା ଭିତରେ ଓଡ଼ିଶାର ୧୨ଟି ଜିଲ୍ଲା ରହିଥିବା କଥା ଏହି ସର୍ଭେରୁ ଜଣାପଡ଼ିଛି।

ସର୍ବେକ୍ଷଣ ଅନୁସାରେ ଦେଶର ସବୁ ଯାକ ଜିଲ୍ଲା ଭିତରେ ସବୁଠୁ ଖରାପ ହେଉଛି ବୌଦ୍ଧ ଜିଲ୍ଲା। ଅର୍ଥାତ ଏହା ହେଉଛି ସବୁଠାରୁ ଅପରିଷ୍କାର ଜିଲ୍ଲା। ସର୍ଭେ ସ୍କୋର ଅନୁସାରେ ବୌଦ୍ଧର ସ୍କୋର ହେଉଛି ୬୮୩। ତା’ ଉପରକୁ ରହିଛି ଝାରସୁଗୁଡ଼ା (୬୮୧) ଓ ପୁରୀ (୬୭୯)।

ଅନ୍ୟ ପକ୍ଷରେ ତାମିଲନାଡୁ ହେଉଛି ସ୍ଵଛ ଅଭିଯାନରେ ଭାରତର ସର୍ବଶ୍ରେଷ୍ଠ ଜିଲ୍ଲା। ଏହାର ୨୫ ଜିଲ୍ଲା ଭିତରୁ ୮ଟି ଜିଲ୍ଲା ସବା ଉପରେ ରହିଛନ୍ତି। ଦେଶର ସମସ୍ତ ୬୮୩ ଜିଲ୍ଲାର ୧୭୨୦୯ ଗାଁକୁ ନେଇ ଏହି ସର୍ଭେ କରାଯାଇଥିଲା। ଜନସାଧାରଣଙ୍କ ମତ, ସିଧାସଳଖ ଅନୁଧ୍ୟାନ ଓ ସେବା ପ୍ରଦାନର ସ୍ଥିତିକୁ ନେଇ ଏହି ରାଙ୍କିଙ୍ଗ ପ୍ରସ୍ତୁତ କରାଯାଇଛି।

Comment