ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ବାଂଲାଦେଶ ମଧ୍ୟରେ ଇଡେନ୍-ଗାର୍ଡେନରେ ଖେଳାଯାଉଥିବା ଡେ-ନାଇଟ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ଏହି ଶତକ ସହ ବିରାଟ କୋହଲି ଟେଷ୍ଟରେ ୨୭ତମ ଶତକ ହାସଲ କରିଛନ୍ତି। ଏହାସହ ଡେ-ନାଇଟ ଟେଷ୍ଟରେ ପ୍ରଥମ ଶତକ କରିଥିବା ଭାରତୀୟ ଖେଳାଳି ହୋଇପାରିଛନ୍ତି।
ବର୍ତ୍ତମାନ ବିରାଟ ଆଉ ଏକ ରେକର୍ଡର ଅଧିକାରୀ ହେବାକୁ ଯାଉଛନ୍ତି। ସେ ଅଧିନାୟକ ଭାବେ ଟେଷ୍ଟରେ ସର୍ବାଧିକ ଶତକ ହାସଲ କରିଥିବା ଦ୍ଵିତୀୟ ଖେଳାଳି। ପ୍ରଥମ ସ୍ଥାନରେ ରହିଛନ୍ତି ଗ୍ରିମ୍ ସ୍ମିଥ(୨୫)। ତାଙ୍କ ପଛକୁ ବିରାଟ ୨୦ଟି ଶତକ କରି ଦ୍ଵିତୀୟ ସ୍ଥାନରେ ରହିଛନ୍ତି।
ଭାରତ-ବାଂଲାଦେଶ ମଧ୍ୟରେ ଚାଲିଥିବା ଏହି ଡେ-ନାଇଟ ଟେଷ୍ଟ ମ୍ୟାଚରେ ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ବିଫଳତାର ସମ୍ମୁଖୀନ ହୋଇଥିଲା। ଦଳ ୧୦୬ ରନ୍ କରି ଅଲଆଉଟ ହୋଇଯାଇଥିଲା। ପରେ ଭାରତୀୟ ଦଳ ବ୍ୟାଟିଂ କରିଥିଲା। ବର୍ତ୍ତମାନ ଦ୍ଵିତୀୟ ଦିନ ଆରମ୍ଭରେ ଦଳ ୪ ଓ୍ଵିକେଟ ହରାଇ ୨୮୧ ରନ ବ୍ୟାଟିଂ କରୁଛି। ବିରାଟ ୧୨୪ କରିଥିବା ବେଳେ ଜାଡେଜା ୧୦ ରନ୍ରେ ବ୍ୟାଟିଂ କରୁଛନ୍ତି।


















