ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ୟାନ୍‌ ହେଲା ଫସଲରେ ପକାଯାଉଥିବା ପାରାକ୍ଵେଟ୍‌ ଓ ଗ୍ଲିଫୋସେଟ୍‌ କୀଟନାଶକ। ଏହାକୁ ବ୍ୟାନ୍‌ କରିଛନ୍ତି ରାଜ୍ୟ କୃଷି ନିର୍ଦ୍ଦେଶାଳୟ। ଏନେଇ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ସବୁ ଜିଲ୍ଲା କୃଷି ଅଧିକାରୀଙ୍କୁ ଚିଠି ପଠାଯାଇଛି।

ଶନିବାର କୃଷି ନିର୍ଦ୍ଦେଶାଳୟ ତରଫରୁ ସମସ୍ତ କୃଷି ଅଧିକାରୀଙ୍କୁ ଏହି ଦୁଇଟି କୀଟନାଶକ ବ୍ୟାନ ପାଇଁ ଚିଠି ଲେଖାଯାଇଛି। ଏହାକୁ ବ୍ୟବହାର କରିବାକୁ ଚାଷୀଙ୍କୁ ଆଦୌ ଉତ୍ସାହିତ ନକରିବାକୁ କୁହାଯାଇଛି। ଯଦି ଏହାକୁ କେହି ବ୍ୟବାହର କରନ୍ତି ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପରେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment