ଓଡ଼ିଶାଲାଇଭ୍ ବ୍ୟୁରୋ
ବୁଲେଇ ନେବାକୁ ମନା କରିବାରୁ ପ୍ରେମିକଙ୍କ ଉପରକୁ ଏସିଡ ଫିଙ୍ଗିଲେ ପ୍ରେମିକା। କଟକର ଜଗତପୁର ବାରିକସାହିରେ ମଙ୍ଗଳବାର ବିଳମ୍ବିତ ରାତିରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି।
ଏସିଡ ମାଡ଼ରେ ଯୁବକ ଗୁରୁତର ହୋଇପଡ଼ିଛନ୍ତି। ତାଙ୍କୁ କଟକ ଏସ୍ସବି ମେଡିକାଲରେ ଭର୍ତ୍ତି କରାଯାଇଛି। ଯୁବକଙ୍କ କହିବା ଅନୁସାରେ ଯୁବତୀ ଜଣକ ତାଙ୍କୁ ବାରମ୍ବାର ଫୋନ କରି ବୁଲେଇ ନେବା ପାଇଁ କହୁଥିଲେ ଏବଂ ଫୋନ କରି ଦେଖା ହେବାକୁ କହୁଥିଲେ।
ଯୁବକ ମନା କରି ଦେବାରୁ ଯୁବତୀ ତାଙ୍କ ଉପରୁ ଏସିଡ ଫିଙ୍ଗି ଦେଇଥିଲେ। ଏସିଡ ଫିଙ୍ଗିଥିବା ଯୁବତୀ ଜଗତପୁର ଥାନାରେ ଅଟକ ଅଛନ୍ତି।
















